Latest Odisha News

BREAKING NEWS

ରାଜସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା : ଗୋଟିଏ ପରିବାରର ୭ ମୃତ,୨ଗୁରୁତର

ନୂଆଦିଲ୍ଲୀ : ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ହନୁମାନଗଡ  ଜିଲ୍ଲାର ନାଉରଙ୍ଗଦେସରଠାରେ କାର ଓ ଟ୍ରଲି ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି  ।  ମୃତକଙ୍କ ମଧ୍ୟରେ ୪ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳିକା ରହିଛନ୍ତି । ଆହତ ମାନଙ୍କୁ ତୁରନ୍ତ ନିକଟସ୍ଥ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଦୁର୍ଘଟଣାପରେ ଟ୍ରଲି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଗତକାଲି ବିଳମ୍ବିତ ରାତିରେ  ନୌରଙ୍ଗାଦେସର ନିବାସୀ ଗୁରୁବଚ୍ଚନ ସିଂହ ମଜବୀ ପରିବାର କାରରେ ଆଦର୍ଶନଗରରୁ ଜନ୍ମଦିନ ପାର୍ଟି ସାରି ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । କାରରେ ମୋଟ୍ ୯ ଜଣ ଥିବାବେଳେ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା  । ଆଉ ଦୁଇ ଜଣ ଗୁରୁତର ହୋଇଥିଲେ । ପରେ ଖବର ପାଇ ହନୁମାନଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.