ନୂଆଦିଲ୍ଲୀ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ପ୍ରଶଂସକମାନେ ବେଶ ପସନ୍ଦ କରିଥାନ୍ତି । ଏବେ ଏହି ଲୋକପ୍ରିୟ ଯୋଡି ଲଣ୍ଡନରେ ରହୁଛନ୍ତି । ଭାରତରେ ଅଧିକ ସମୟ ରହିବା ଅପେକ୍ଷା ସେମାନେ କାହିଁକି ଲଣ୍ଡନରେ ରହିଲେ ତାର ଖୁଲାସା ମାଧୂରୀ ଦୀକ୍ଷିତଙ୍କ ପତି ଡାକ୍ତର ଶ୍ରୀରାମ ନାନେ କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ସେମାନେ ଭାରତରେ ସଫଳତାକୁ ଭଲ ଭାବେ ଉପଭୋଗ କରିପାରୁ ନାହାନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ଅଧିକାଂଶ ସମୟ ସେମାନେ ଏକୁଟିଆ କାଟୁଛନ୍ତି କହିଲେ ଭୁଲ ହେବନି । ଯାହା ବି କିଛି ସେମାନେ କରନ୍ତି ତାହା ପ୍ରଶଂସକ ଏବଂ ମିଡିଆର ଧ୍ୟାନ ଆକର୍ଷଣ କରିଥାଏ । ପିଲାମାନଙ୍କୁ ଏକ ଶୃଙ୍ଖଳିତ ଓ ମନୋରଞ୍ଜନ ପରିବେଶରେ ସେ ବଢ଼ାଇବାକୁ ଚାହୁଁଛନ୍ତି । ଲଣ୍ଡନରେ ସେମାନେ ଖୋଲାଖୋଲି ଭାବେ ସମୟ କାଟି ପାରୁଛନ୍ତି ।
ଅନୁଷ୍କା ସର୍ବଦା ହସ ଖୁସୀରେ ଦିନ କାଟିବାକୁ ଚାହାନ୍ତି । ଭାରତରେ ଏହା ସମ୍ଭବପର ହେଉ ନାହିଁ । ସେମାନେ ତାଙ୍କ ପିଲାମାନଙ୍କୁ ସାମାନ୍ୟ ଢ଼ଙ୍ଗରେ ଅନ୍ୟମାନଙ୍କ ପରି ପାଳିବାକୁ ଚାହୁଁଛନ୍ତି ବୋଲି ନେନେ କହିଛନ୍ତି । ୨୦୧୩ରେ ଏକ ବିଜ୍ଞାପନ ଶୁଟ କରିବା ଅବସରରେ ଉଭୟ ପରସ୍ପରକୁ ଭଲ ପାଇଥିଲେ । ୨୦୧୭ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପ୍ରଥମେ ସେମାନଙ୍କ ଭାମିକା ନାମକ ଝିଅ ଓ ପରେ ପୁଅ ଅକାୟ ଜନ୍ମ ନେଇଥିଲେ । ଚଳିତ ଆଇପିଏଲରେ କୋହଲି ଜବରଦସ୍ତ ଫର୍ମରେ ଅଛନ୍ତ ।
Comments are closed.