Latest Odisha News

BREAKING NEWS

ନୂଆ ଭାରତ କାହାକୁ ଛାଡ଼ିବ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ। କିନ୍ତୁ କେହି ଲାଗିବାକୁ ଚେଷ୍ଟା କଲେ ଛାଡ଼ିବ ନାହିଁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଖିମପୁର ଖେରି ଜିଲ୍ଲାରେ ଶାରଦା ନଦୀର ପ୍ରବାହ ନିୟନ୍ତ୍ରଣ (ଚାନେଲାଇଜେସନ୍) କାର୍ଯ୍ୟ ଏବଂ ପାଲିଆରେ ଜନ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କୁ ଅନୁଦାନ ବଣ୍ଟନ କରିବା ପରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସଭାରେ ସେ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ।

ସେହିଠାରେ ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପାକିସ୍ତାନ ଉପରେ ବର୍ଷିଥିଲେ। ସେ ପାକିସ୍ତାନକୁ  ଚେତାବନୀ ଦେଇ କହିଥିଲେ ଏହା ହେଉଛି ନୂତନ ଭାରତ। ନୂତନ ଭାରତ କାହା ସହ ପ୍ରଥମେ ଯୁଦ୍ଧ ଆରମ୍ଭ କରିନାହିଁ କିନ୍ତୁ ଯଦି କେହି ଏହାସହ ଲାଗିବାକୁ ଚେଷ୍ଟା କରେ ତାହେଲେ ନୂତନ ଭାରତ ପଛଘୁଞ୍ଚା ମଧ୍ୟ ଦେବନାହିଁ। କାହାରିକୁ ସହଜରେ ଛାଡ଼ିବ ନାହିଁ।

ସେ ଆହୁରି ମଧ୍ୟ କହିଥିଲେ ଯେ ଏକ ସଭ୍ୟ ସମାଜରେ ଆତଙ୍କବାଦ ଏବଂ ଅରାଜକତାର କୌଣସି ସ୍ଥାନ ରହିପାରିବ ନାହିଁ। ଭାରତ ସରକାର ଗରିବଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ଅନେକ ପ୍ରକାର ସୁରକ୍ଷା ବ୍ୟବସ୍ଥା, ସେବା ଏବଂ ସୁଶାସନ ଓ ବିକାଶ ପ୍ରତି ଅନେକ ଯୋଜନା କରୁଛନ୍ତି। କିନ୍ତୁ ଯଦି କେହି ସୁରକ୍ଷା ଉଲ୍ଲଂଘନ କରିବାକୁ ସାହସ କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବା ନାହିଁ। ମୋଦୀଜୀଙ୍କ ମାର୍ଗଦର୍ଶନ ଯୋଗୁଁ ଆଜି ଉତ୍ତରପ୍ରଦେଶ ଅରାଜକତା କବଳରୁ ମୁକ୍ତ ହୋଇ ପାରିଛି।ଏଠାରେ କୌଣସି ପ୍ରକାରର ଅପରାଧକୁ ସହ୍ୟ କରାଯାଉ ନାହିଁ।

ତେବେ ନିକଟରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାପରେ ଭାରତ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀର ଭାବରେ ନେଇ ଆକ୍ସନ ନେବାରେ ଲାଗଛନ୍ତି।

Comments are closed.