Latest Odisha News

ରାଜ୍ୟ ୭ବର୍ଷରୁ କମ୍ ଚେସ ପ୍ରତିଯୋଗିତା: ମେ୧୭ରୁ ଆରମ୍ଭ

ଭୁବନେଶ୍ୱର: ଚଳିତ ମାସ ମେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ୭ ବର୍ଷରୁ କମ୍ ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ । ମାଷ୍ଟର ଚେସ ଫାଉଣ୍ଡେସନ ଓ ଅଲ ଓଡ଼ିଶା ଚେସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଏହା କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭ ବର୍ଷ ରୁ କମ୍ ବାଳକ,ବାଳିକାମାନେ ଏଥିରେ ଅଂଶ ଗ୍ରହଣ କରି ପାରିବେ। ମୋଟ କୋଡ଼ିଏ ହଜାର ଟଙ୍କାର ପୁରସ୍କାର ରାଶି ସହ ଆକର୍ଷଣୀୟ ଟ୍ରଫି ପ୍ରଥମ ୧୦ ଜଣଙ୍କୁ ପ୍ରଦାନ କରାଯିବ।

୪ ଜଣ ଲେଖାଁଏ ଉଭୟ ବାଳକ ଓ ବାଳିକା ଓଡ଼ିଶାରୁ ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧତ୍ୱ କରିବେ ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ପ୍ରତିଯୋଗୀ ମାନେ ୯୭୭୬୧- ୧୮୬୪୪ରେ ଯୋଗାଯୋଗ କରିବାକୁ ମାଷ୍ଟର ଚେସ ଫାଉଣ୍ଡେସନ ମୁଖ୍ୟ ବିକ୍ରମ୍ ବିଶ୍ଵାଳ ଅନୁରୋଧ କରିଛନ୍ତି।

Comments are closed.