Latest Odisha News

BREAKING NEWS

ଦୁବାଇରେ ବି ମନପସନ୍ଦ ଖାଦ୍ୟ ଯୋଗାଡ କରୁଛନ୍ତି ଭାରତର ଏହି ଷ୍ଟାର ଖେଳାଳି

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପରେ ଖେଳାଳିମାନଙ୍କ ପାଇଁ କେତେକ ନିୟମାବଳୀ ଜାରୀ କରିଛି । ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯାଇଥିବା ଭାରତୀୟ ଖେଳାଳିଙ୍କ ଉପରେ ଏହି ନୂତନ ନିୟମାବଳୀ ଲାଗୁ କରାଯାଇଛି । ଏଥିରେ ବ୍ୟକ୍ତିଗତ ରାନ୍ଧୁଣିଆଙ୍କ ସମେତ ଅନ୍ୟ ସହଯୋଗୀ ଷ୍ଟାଫଙ୍କ ନେବା ଉପରେ କଟକଣା ଜାରୀ କରିଛି । ତେବେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲି ଦୁବାଇ ବି ନିଜ ପସନ୍ଦର ଖାଦ୍ୟ ଯୋଗାଡ କରିବାରେ ସଫଳ ହୋଇଛନ୍ତି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ବିରାଟ ବାହାର ଖାଇବା ଅର୍ଡର କରୁଛନ୍ତି ।

ଅଭ୍ୟାସ ସେଶନ ପରେ ସମସ୍ତ ଖେଳାଳି ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୋହଲି ସେଠାରେ ଉପସ୍ଥିତ ସ୍ଥାନୀୟ ଟିମ ମ୍ୟାନେଜରଙ୍କ ସହ କଥା ହୋଇଥିଲେ । ମ୍ୟାନେଜରଜଣଙ୍କ ମୂଖ୍ୟ ଗେଟ ନିକଟକୁ ଯିବା ପରେ ଏକ ପେପର ବ୍ୟାଗ ନେଇ କରି ଆସିଥିଲେ । ଏଥିରେ କୋହଲି ଖାଦ୍ୟ ଅର୍ଡର କରିଥିଲେ । ଅନ୍ୟମାନେ କିଟ ବ୍ୟାଗ ପ୍ୟାକ କରୁଥିବା ବେଳେ କୋହଲି ଖାଦ୍ୟ ଖାଇବାରେ ବ୍ୟସ୍ତ ରହିଥିଲେ । ସେ ଏଥିରୁ ବଳିଥିବା ଆଉ ଏକ ଡବା ହାତରେ ରଖିଥିଲେ । ଚାମ୍ପିୟନ୍ସ ଟ୍ରଫିରେ ଭାରତ ଫେବୃୟାରୀ ୨୦ରେ ବାଂଲଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।

Comments are closed.