Latest Odisha News

BREAKING NEWS

ଆଜି ଭାରତରେ ଲଞ୍ଚ ହେଲା Vivo V50; ରହିଛି ଦମଦାର୍ ଫିଚର

ନୂଆଦିଲ୍ଲୀ: ଆଜି ଭିଭୋ ଭାରତରେ ନିଜର ନୂତନ ସ୍ମାର୍ଟଫୋନ୍ ଲଞ୍ଚ କରିଛି, ଯାହାର ନାମ ଭିଭୋ V50 । କମ୍ପାନୀ ଏଥିରେ ZEISS Co-Engineered କ୍ୟାମେରା ଦେଇଛି । ଏହି ଫୋନକୁ ଅଧ ଘଣ୍ଟା ପାଣିରେ ରଖିଲେ ବି ଏହା ଖରାପ ହେବ ନାହିଁ । ଏହାର ଅର୍ଥ ବର୍ଷାରେ ମଧ୍ୟ ଆପଣ ଆରମରେ ଏହାକୁ ବ୍ୟବହାର କରିପାରିବେ । ଭିଭୋର ନୂତନ ସ୍ମାର୍ଟଫୋନ୍ ପତଳା ରହିଛି ଏବଂ ଏଥିରେ ୬୦୦୦mAh ବ୍ୟାଟେରୀ ଅଛି ।

ଯଦି ଆପଣ ଏହାକୁ କିଣିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ୨୫ ଫେବୃଆରୀରୁ ଆମାଜନ, ଫ୍ଲିପକାର୍ଟ ଏବଂ ଭିଭୋ ୱେବସାଇଟରୁ କିଣି ପାରିବେ । ଆପଣ ଏହାକୁ ପ୍ରି-ବୁକ୍ ମଧ୍ୟ କରିପାରିବେ । ଆଜିଠାରୁ ଫୋନର ପ୍ରି ବୁକିଂ ଆରମ୍ଭ ହୋଇଛି । ଭିଭୋ V50 ତିନୋଟି ରଙ୍ଗରେ ଆସୁଛି – ରୋଜ୍ ରେଡ୍, ଟାଇଟାନିୟମ୍ ଗ୍ରେ ଏବଂ ଷ୍ଟାର୍ ନାଇଟ୍ ।

ଭାରତରେ ଭିଭୋ V50 ମୂଲ୍ୟ 8GB RAM ଏବଂ 128GB ଷ୍ଟୋରେଜ୍ ପାଇଁ ୩୪,୯୯୯ ଟଙ୍କା । ଏହି ଫୋନକୁ ତିନୋଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି । 8GB + 256GB ଭାରିଆଣ୍ଟର ମୂଲ୍ୟ ହେଉଛି ୩୬,୯୯୯ ଟଙ୍କା ଏବଂ ଆପଣ 12GB + 512GB ଭାରିଆଣ୍ଟକୁ ୪୦,୯୯୯ ଟଙ୍କାରେ କିଣି ପାରିବେ ।

ଭିଭୋ V50ରେ ୬.୭୭ଇଞ୍ଚ FHD + କ୍ୱାଡ୍ କର୍ଭଡ AMOLED ଡିସପ୍ଲେ ଅଛି । ଏହା 120Hz ରିଫ୍ରେସ ରେଟ୍ ଏବଂ ୪୫୦୦ ନଟ୍ସ ପିକ୍ ବ୍ରାଇଟନେସ ସହିତ ଆସିଛି । ଫୋନରେ Qualcomm Snapdragon 7 Gen 3 ପ୍ରୋସେସର ଅଛି, ଯାହା ଭିଭୋ V40 ରେ ମଧ୍ୟ ବ୍ୟବହୃତ ହୋଇଥିଲା ।

ଭିଭୋ V50ର କ୍ୟାମେରା ବହୁତ ବଢିଆ ରହିଛି ।  ବ୍ୟାକରେ OIS ସହିତ 50MP ପ୍ରାଇମେରୀ କ୍ୟାମେରା ଏବଂ 50MP ଓ୍ବାଇଡ୍ ଆଙ୍ଗଲ୍ କ୍ୟାମେରା ଅଛି । ଏହି ଫୋନରେ ସେଲଫି ପାଇଁ 50MP କ୍ୟାମେରା ମଧ୍ୟ ଅଛି ।

ଏହି ଫୋନରେ 6000mAh ବ୍ୟାଟେରୀ ଅଛି ଏବଂ ଏଥିରେ 90W ଫାଷ୍ଟ ଚାର୍ଜିଂ ସପୋର୍ଟ ଅଛି । କମ୍ପାନୀ ଏହି ଫୋନରେ ଅନେକ ଏଆଇ (AI) ଫିଚର ଦେଇଛି । ସର୍କଲ୍ ଟୁ ସର୍ଚ୍ଚ, AI ଟ୍ରାନ୍ସକ୍ରିପ୍ଟ, AI ଲାଇଭ୍ କଲ୍ ଅନୁବାଦ ଇତ୍ୟାଦି ଅନ୍ତର୍ଭୁକ୍ତ ।

Comments are closed.