Latest Odisha News

BREAKING NEWS

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ ପ୍ରଶଂସକମାନେ ମଧ୍ୟ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ଏହି ଅବସରରେ ଶନିବାର କୋହଲି ତାଙ୍କ ପିଲା ବେଳର ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ତାଙ୍କ ପିଲାବେଳେ ଏକ ଭୋଜିର ମଜା ଉଠାଉଛନ୍ତି । ଏହି ଫଟୋ ତଳେ କ୍ୟାପଶନ ଲେଖାଯାଇଛି ଖାଓ ପିଓ ଐଶ କରୋ ମିତ୍ରୋ, ଦିଲ ପର କିସେ ଦା ଦୁଖାୟୋ ନା ।

ଇନଷ୍ଟାଗ୍ରାମରେ ସେ ଶେୟାର କରିଥିବା ଏହି ଫଟୋ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି । କୋହଲିଙ୍କ ନିରୀହ ଓ ସରଳ ମୁହଁ ବେଶ ଆକର୍ଷଣୀୟ ହୋଇଛି । କୋହଲି ଅଷ୍ଟ୍ରେଲିଆ ଷ୍ଟାର ଖେଳାଳି ଅରୋନ ଫିଂଚ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିବାରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ଲେଖିଛନ୍ତି, ଜୀବନର ଦ୍ୱିତୀୟ ଇନିଂସକୁ ଭରପୂର ଉପଭୋଗ କର ।

Leave A Reply

Your email address will not be published.