Latest Odisha News

BREAKING NEWS

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ଜଣେ ଭକ୍ତ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି । ପୁଣି ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଫେସ୍‌ବୁକ୍‌ରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ତାଙ୍କ ଆକାଉଣ୍ଟରେ ଶ୍ରୀମନ୍ଦିରର ଭିତର ଫଟୋ ପୋଷ୍ଟ୍‌ କରିଛନ୍ତି। ତାଙ୍କ ସହ ଆଉ ଜଣେ ବ୍ୟକ୍ତି ଥିବା ଦେଖିବାକୁ ମିଳିଛି ।

କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲ୍‌ଫି ଉଠାଇ ସଞ୍ଜୟ ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ ବାରଣ ରହିଛି। ହେଲେ ଏହି ଭକ୍ତ ଜଣକ ମନ୍ଦିର ଭିତରକୁ କିପରି ମୋବାଇଲ୍ ନେଲେ ଓ ସେଲ୍‌ଫି ଉଠାଇ ଫଟୋ ଭାଇରାଲ୍ କଲେ ? ଏନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି।

ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.