Latest Odisha News

୦.୫୦ ପ୍ରତିଶତ ରେପୋ ରେଟ୍ ବଢ଼ାଇଲା RBI, ମହଙ୍ଗା ହେବ ଋଣ ଓ ଇଏମ୍ଆଇ

ମୁମ୍ବାଇ: ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ବଢ଼ିଛି ।

ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି ସମିତି ବୈଠକ ସୋମବାର ଠାରୁ ତିନିଦିନ ଧରି ଚାଲିଥିଲା । ବୈଠକରେ ମୁଦ୍ରାସ୍ଫୀତିକୁ ନେଇ ଆଲୋଚନା ହୋଇଥିଲା । ମୁଦ୍ରାସ୍ଫୀତି ଓ ଆର୍ଥିକ ବିକାଶ ଉପରେ ଆଲୋଚନା କରାଯାଇ ରେପୋ ରେଟ୍ ବୃଦ୍ଧିକୁ ଅନୁମୋଦନ କରିଥିଲେ ।

ଗତ ମାସରେ ମଧ୍ୟ ଆରବିଆଇ ରେପୋ ରେଟ୍ ବୃଦ୍ଧି କରିଥିଲା । ତଥ୍ୟ ଅନୁସାରେ, ୨୦୨୨ ଏପ୍ରିଲରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୭.୮ ପ୍ରତିଶତ ରହିଛି । ଯାହାକି ମେ ୨୦୧୪ ପରେ ସର୍ବୋଚ୍ଚ ସ୍ତରରେ ରହିଛି । ଏପ୍ରିଲରେ ରେକର୍ଡ ମୁଦ୍ରାସ୍ଫୀତିର କାରଣ ଥିଲା ଅଶୋଧିତ ତୈଳଦର ।

Leave A Reply

Your email address will not be published.