Latest Odisha News

BREAKING NEWS

ସୁପର ଓଭରରେ କୋଲକାତା ଜିତିଲା

ଦୁବାଇ: ରବିବାର ଆଇପିଏଲର ଏକ ରୋମାଂଚକ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ୬ ବଲରୁ ମାତ୍ର ୩ ରନର ବିଜୟ ଲକ୍ଷ୍ୟ ପାଇଥିବା ନାଇଟ ରାଇଡର୍ସ ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା । କୋଲକାତା ପାଇଁ ବିଜୟର କର୍ଣ୍ଣଧାର ସାଜିଥିଲେ ନ୍ୟୁଜିଲ୍ୟାଣ୍ଡ ଫାଷ୍ଟ ବୋଲର ଲକି ଫର୍ଗୁସନ୍ ।  ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ୩୩ ବଲରେ ୪୭ ରନର  ଇନିଂସ ଖେଳି ମ୍ୟାଚକୁ ସୁପର ଓଭରକୁ ଆଣିଥିଲେ ।  ଫର୍ଗୁସନ ପ୍ରଥମେ ୪ ଓଭର ୧୫ ରନ୍ ଦେଇ ୩ ୱିକେଟ୍ ନେଇଥିବାବେଳେ ସୁପର ଓଭରରେ ଦୁଇଟି ୱିକେଟ୍ ନେଇ ସନରାଇଜର୍ସ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ ।

ପୂର୍ବରୁ ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ୍ ପ୍ରଥମେ କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ରାହୁଲ ତ୍ରିପାଠୀ, ଶୁଭମାନ ଗିଲଙ୍କ ସହ ପ୍ରଥମ ୱିକେଟ୍ ପାଇଁ ଛଅ ଓଭରରେ ୪୮ ରନ୍ ଯୋଡ଼ିଥିଲେ । ୨୩ ରନ କରି ରାହୁଲ୍ ନଟରାଜନଙ୍କ ବଲରେ, ଗିଲ୍ ୩୭ ବଲରୁ ୩୬ ରନ କରି  ରସିଦ ଖାନଙ୍କ ବଲରେ ପ୍ୟାଭିଲିଅନ ଫେରିଥିଲେ। ପରେ ପରେ ରାନା ୨୯ ଓ ଆଣ୍ଡ୍ରେ ରସେଲ୍ ୯ ରନ୍ କରି ଆଉଟ ହୋଇଯିବାରୁ କୋଲକାତା ରନ୍ ହାରରେ ଲଗାମ ଲାଗିଥିଲା । ତେବେ ପଞ୍ଚମ ୱିକେଟରେ ଇଅନ ମୋର୍ଗାନ୍ ଓ ଦୀନେଶ କାର୍ତ୍ତିକ ଦ୍ରୁତ ୫୮ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୧୬୩ ରନରେ ପହଞ୍ଚାଇଥିଲେ ।

Leave A Reply

Your email address will not be published.