Latest Odisha News

BREAKING NEWS

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେଣି ୯୧% କରୋନା ଆକ୍ରାନ୍ତ, ଆଜି ଡିସଚାର୍ଜ ହେଲେ ୨୬୧୦ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଦୁଇ ଦିନ ଭିତରେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ଅଢେଇ ଲକ୍ଷ ଛୁଇଁବ । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ ହଜାର ୬୧୦ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭କୁ ବୃଦ୍ଧି ପାଇଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୩୮ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ କଟକରୁ ୨୦୪, ସୁନ୍ଦରଗଡ଼ରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁର ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୧୧୯ ଆକ୍ରାନ୍ତ । ସେହିପରି ବାଲେଶ୍ୱର ଜିଲ୍ଲାରୁ ୧୧୩, ସମ୍ୱଲପୁରରୁ ୧୦୯ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

ବାକି ସବୁ ଜିଲ୍ଲାରୁ ଶହେରୁ କମ୍ ଲେଖାଏଁ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସୁସ୍ଥତା ହାର ରହିଛି ୯୧.୯୭%। ରାଜ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି ୨ ଲକ୍ଷ ୬୮ ହଜାର ୩୬୪ ଜଣ । ଏବେ ଆକ୍ଟିଭ୍ କେସ ରହିଛି ୨୧ ହଜାର ୫୨୭ଟି ।

Leave A Reply

Your email address will not be published.