Latest Odisha News

BREAKING NEWS

ଓଡ଼ିଶାରୁ ଆଉ ୬୪୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଅପରପକ୍ଷରେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି କ୍ୱାରେଣ୍ଟାଇନରୁ ୩୭୪ ଜଣ ଓ ୨୬୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ସେହିପରି ରାଜ୍ୟର ସଂକ୍ରମିତ ତାଲିକାର ଏକ ନମ୍ୱର ସ୍ଥାନରେ ଥିବା ଖୋର୍ଦ୍ଧାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି।

ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ସୁଦ୍ଧା ୩,୧୫,୨୭୧ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୩,୦୭,୩୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୧୬୭୧ ଜଣ ମୃତ୍ୟୁ ବରଣ କରିଛନ୍ତି।

Leave A Reply

Your email address will not be published.