Latest Odisha News

BREAKING NEWS

“କେକେଙ୍କୁ ମାରିଦେଲା କୋଲକାତା”

ଭୁବନେଶ୍ୱର: କୋଲକାତା ସହର କେକେଙ୍କୁ ମାରିଦେଲା । ମଙ୍ଗଳବାର ଷ୍ଟେଜ୍ ଉପରେ ଅସୁସ୍ଥ ହୋଇପଡ଼ିବା ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହେବା ଘଟଣାକୁ ନେଇ ନନ୍ଦିତା ପୁରୀ କଡ଼ା ସମାଲୋଚନା କରିଛନ୍ତି । କୋଲକାତା ସହରର ବାଜ୍ୟେ ବ୍ୟବସ୍ଥା କେକେଙ୍କୁ ମାରି ଦେଲା ବୋଲି କହିଛନ୍ତି ଅଭିନେତା ଓମ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ ।

ମଙ୍ଗଳବାର କୋଲକାତାରେ ଦୁଇଟି ଲଗାତାର କନସର୍ଟ ସାରିବା ପରେ କେକେ ଅସୁସ୍ଥ ହୋଇପଡ଼ିଥିଲେ । ନଜରୁଲ ମଞ୍ଚରେ ତାଙ୍କର ଶେଷ କାର୍ଯ୍ୟକ୍ରମ ଥିବା ବେଳେ ସେଠାରେ କେକେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ପ୍ରାଣ ହାନି ହୋଇଥିଲା ।

କେକେଙ୍କୁ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷ ଦର୍ଶନ କରିବା ସହ ତାଙ୍କୁ ବନ୍ଧୁକ ସଲାମୀ ଦେଇ ରାଜ୍ୟ ସମ୍ମାନ ଦିଆଯାଇଥିଲା । ନନ୍ଦିତା ଫେସବୁକରେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ।
ଅବ୍ୟବସ୍ଥିତ ଢ଼ଙ୍ଗରେ କାର୍ଯ୍ୟକ୍ରମ କରିବା ଏବଂ ୨.୫ ହଜାର କ୍ଷମତା ଥିବା ମଞ୍ଚରେ ୭.୫ ହଜାର ଲୋକଙ୍କ ସମାଗମ କରିବା ହେଉଛି ମୂର୍ଖତା ଆଉ ଲଜ୍ଜା । କାର୍ଯ୍ୟକ୍ରମ ଭିତରେ ବାରମ୍ବାର ଅଭିଯୋଗ କରିଥିଲେ ବି କେକେଙ୍କୁ କିଛି ସାହାଯ୍ୟ ଦିଆଯାଇନଥିଲା । ପଶ୍ଚିମବଙ୍ଗ ଏଥରେ ଲଜ୍ଜିତ ଅନୁଭବ କରିବା କଥା । ଆଉ ସଂପୂର୍ଣ୍ଣ ବଲିଉଡ୍ ପଶ୍ଚିମବଙ୍ଗକୁ ତିରସ୍କାର କରିବା ଉଚିତ୍ ।

Leave A Reply

Your email address will not be published.