Latest Odisha News

BREAKING NEWS

ବିସିସିଆଇ ସଭାପତି ପଦରୁ ଇସ୍ତଫା ଖବରକୁ ଖଣ୍ଡନ କଲେ ଜୟ ଶାହ, ରାଜ୍ୟସଭା ଯିବେ ଗାଙ୍ଗୁଲି !

କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହି ଖବର ଦ୍ରୁତ ଗତିରେ ଭାଇରାଲ ହେବା ପରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି । ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ ଗାଙ୍ଗୁଲି ଟୁଇଟରରେ ଆଗକୁ ଏକ ବଡ ନିଷ୍ପତି ନେବାକୁ ଯାଉଛନ୍ତି ବୋଲି କହିଛନ୍ତି । ତାଙ୍କର ଏହି ବୟାନ ରାଜନୀତି ସହ ଯୋଡାଯାଇଛି । କେତେକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗାଙ୍ଗୁଲି ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ।

ଭାରତର ଏହି ସଫଳ ଅଧିନାୟକଙ୍କୁ ବିଜେପି ରାଜ୍ୟସଭା ପଠାଇବା ପାଇଁ ଚାହୁଁଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଏହି ଖବର ଜୋର ଧରିଥିଲା । ଏହା ପରେ ପରେ ତାଙ୍କର ହାର୍ଟ ପ୍ରୋବ୍ଲେମ ବାହାରିବା ଯୋଗୁ ଏଥିରୁ ଦୂରେଇ ରହିଥିଲେ । ବିସିସିଆଇ ସେକ୍ରେଟାରୀ ତଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ଜୟ ଶାହଙ୍କ ସହ ଗାଙ୍ଗୁଲିଙ୍କ ଭଲ ବନ୍ଧୁତା ରହି ଆସୁଛି ।

Leave A Reply

Your email address will not be published.