Latest Odisha News

ମହାମାରୀ ପରେ ପ୍ରଥମ ଉତ୍ସବ ଓ ପ୍ରଥମ ଆଶାର ସଙ୍କେତ- କୋଣାର୍କ ନୃତ୍ୟ ଉତ୍ସବ ୨୦୨୦

(କୋଣାର୍କ ନୃତ୍ୟ ଉତ୍ସବ ଅବସରରେ କେଦାର ମିଶ୍ରଙ୍କ ସ୍ୱତନ୍ତ୍ର ଉପସ୍ଥାପନା) 

ଗତ ମାର୍ଚ୍ଚ ମାସରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂରା ଦେଶର ରଙ୍ଗମଞ୍ଚ ନୀରବ ରହିଥିଲାରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶର ସବୁ ଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲାକ୍ରମଶଃ ଜୀବନ ଫିକା ଓ ରଙ୍ଗହୀନ ପାଲଟି ଯାଉଥିବା ସମୟରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରଥମ ଥର ପାଇଁ ଡିସେମ୍ବର ୧ ରୁ ୫ ତାରିଖ, ବିଶ୍ଵ ଐତିହ୍ୟ ସ୍ଥଳୀ କୋଣାର୍କରେ ଶାସ୍ତ୍ରୀୟ ନୃତ୍ୟ ସମାରୋହ “କୋଣାର୍କ ନୃତ୍ୟ ଉତ୍ସବ” ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ଆୟୋଜନ କରିଛନ୍ତିପ୍ରାୟ ୯ ମାସର ନୀରବତା ପରେ ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟାରେ ଯେତେବେଳେ ଓଡିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ନେତୃତ୍ବରେ ପ୍ରାୟ ପଚାଶ ଜଣ ନୃତ୍ୟଶିଳ୍ପୀ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚକୁ ଆସିଥିଲେ, ତାହା ଥିଲା ଏକ ଐତିହାସିକ ମୁହୂର୍ତ୍ତଏହି ଉତ୍ସବର ଉଦଘାଟନ କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ମହାମାରୀର କଟକଣା ଭିତରେ ଜୀବନ ଚଳଚଞ୍ଚଳ ହେବା ଜରୁରୀ ଓ ଦି ଶୋ ମଷ୍ଟ ଗୋ ଅନ। କୋଣାର୍କ ନୃତ୍ୟ ଉତ୍ସବ ପୁଣି ଥରେ ଏହି ମହାମାରୀ ସମୟରେ ଆଶା ଓ ଆନନ୍ଦର ସଙ୍କେତ ଦେଇଛି।

କୋଣାର୍କ ନୃତ୍ୟ ଉତ୍ସବ ଦେଶର ଅନ୍ୟତମ ଶ୍ରେଷ୍ଠ ଶାସ୍ତ୍ରୀୟ ନୃତ୍ୟ ସମାରୋହ। ଏହି ଉତ୍ସବରେ ହଜାର ହଜାର ଦର୍ଶକ କୋଣାର୍କ ମନ୍ଦିରର କଳାତ୍ମକ ପୃଷ୍ଠଭୂମିରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଆନନ୍ଦ ନେଇଥାନ୍ତି। ଚଳିତ ବର୍ଷ ଦର୍ଶକ ସଂଖ୍ୟା ୬୦୦ କୁ କମାଇ ଦିଆଯାଇଛି। ଦର୍ଶକ ଗ୍ୟାଲେରୀରେ  ପ୍ରତି ଆସନ ଭିତରେ ୨ ମିଟର ଦୂରତା ରଖା ଯାଇଛି। ମଞ୍ଚକୁ ପରିବେଷଣ ପୂର୍ବରୁ ଏବଂ ପରେ ବିଶୋଧନ କରାଯାଉଛି। କୋଭିଡ କଟକଣା ଭିତରେ ଏ ଉତ୍ସବର ପ୍ରଭାବ ଅନେକ ଦୃଷ୍ଟିରୁ ଅଲଗା। ପୂର୍ବ ବର୍ଷମାନଙ୍କରେ ହଜାର ହଜାର ଦର୍ଶକଙ୍କର ଉତ୍ସାହ ହୁଏତ ଏଥର ନାହିଁ, ହେଲେ ଏକ ନୂଆ ସମୟର ଶୁଭାରମ୍ଭ ଏହି ମଞ୍ଚରୁ ଆରମ୍ଭ ହୋଇଛି ।

ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦୁଇଟି ଶାସ୍ତ୍ରୀୟ ନୃତ୍ୟର ପ୍ରଦର୍ଶନ ରହିଥିଲା। ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନେତୃତ୍ବରେ “ଓଡିଶା ଡାନ୍ସ ଏକାଡେମି” ର ଓଡିଶୀ ଓ ଚେନ୍ନାଇ ସ୍ଥିତ ଶୀଲା ଉନ୍ନିକୃଷ୍ଣନଙ୍କ ନେତୃତ୍ବରେ ଭରତନାଟ୍ୟମ ନୃତ୍ୟ ପରିବେଷିତ ହୋଇଥିଲା। ଅରୁଣ ମହାନ୍ତି ନିଜର ସୃଜନଶୀଳ ନୃତ୍ୟ ସଂରଚନା ଓ ନୂଆ ବିଷୟବସ୍ତୁ କୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ ବେଶ ପ୍ରସିଦ୍ଧ। କୋଣାର୍କ ନୃତ୍ୟ ଉତ୍ସବରେ ସେ ତାଙ୍କର ଦୁଇଟି ଅଭିନବ ସଂରଚନା ପ୍ରସ୍ତୁତ କରିଥିଲେ- “ଶିବମ ଧୀମହୀ” ଏବଂ “ଏକ ପ୍ରଶ୍ନ”। ଆଜିର ମହାମାରୀ ସମୟରେ ବି ସୃଜନଶୀଳତା ହାରିନାହିଁ ଓ ଆମର କଳାକାରମାନେ ନିଜ ସୃଜନସତ୍ତାକୁ “ଲକ ଡାଉନ”ରେ ବନ୍ଧା ପକାଇ ନାହାନ୍ତି, ତାହା ଏକ ବଡ ଆଶ୍ଵାସନାର ବିଷୟ।

କୋଣାର୍କ ଉତ୍ସବରେ ସୃଜନଶୀଳତାର ଗୋଟେ ସାହସୀ ଉଦାହରଣ ଥିଲା, ଅରୁଣା ମହାନ୍ତିଙ୍କ “ଏକ ପ୍ରଶ୍ନ”। ଶ୍ରୀକୃଷ୍ଣଙ୍କ ଜୀବନରେ ଆସିଥିବା ଚାରିଜଣ ଶକ୍ତିଶାଳୀ ନାରୀ- ଯଶୋଦା, ରାଧା, ହିଡିମ୍ବା ଓ ଦ୍ରୌପଦୀ, ତାଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଏ ପ୍ରଶ୍ନ କେବଳ ଦାର୍ଶନିକ ବା ଆଧ୍ୟାତ୍ମ୍ୟ ନୁହେଁ, ବରଂ, ଏ ପ୍ରଶ୍ନ ଆଜି ପାଇଁ- ଆଜିର ନାରୀର। ଚାରୋଟି ଚରିତ୍ରର ରୂପାୟନରେ ଚାରୋଟି ନୃତ୍ୟଧାରାକେ ମିଶାଇ, ଏକ ନୂଆ କାନଭାସ ତିଆରି ହୋଇଛି। ଏଥିରେ ନୃତ୍ୟ, ନୃତ୍ତ, ଅଭିନୟ ଓ ଆଲୋକ ର ବିଶେଷ ଭୂମିକା ଦେଖିବାକୁ ମିଳିଛି। ନାୟିକା ଯାହା କହୁଛି, ତାର ନୀରବତା ତାଠୁ ଅଧିକ କିଛି କହୁଛି। ପ୍ରଶ୍ନକୁ ମଣିଷ ଜୀବନର ଅସ୍ତିତ୍ଵ ସହିତ ଯୋଡିବାର ଏକ କଳାତ୍ମକ ପ୍ରୟାସ ଅରୁଣା ମହାନ୍ତି କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି।

ଏବେ ଉତ୍ସବ ଚାଲିଛି। ପ୍ରତିଦିନ କିଛି କିଛି ନୂଆ ସୃଜନ ଆମେ ଦେଖୁଛୁ। ଏ ଉତ୍ସବକୁ ନେଇ ଆମେ ଆଗକୁ ମଧ୍ୟ ଚର୍ଚ୍ଚା କରିବା।    

 ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫

(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)

       

Leave A Reply

Your email address will not be published.