Latest Odisha News

BREAKING NEWS

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ ।

ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ ପ୍ରମାଣପତ୍ରରେ ମାଟ୍ରିକ୍ ବୋର୍ଡ ଉତ୍ତରପ୍ରଦେଶ ଥିବା ବେଳେ ସେମାନେ ମାତୃଭାଷା ଓଡ଼ିଆରେ ପାଠ ପଢ଼ିଛନ୍ତି । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା । ପରେ ମନୋନୀତ ହୋଇଥିବା ୩୨ ପ୍ରାର୍ଥୀଙ୍କ ଶିକ୍ଷାଗତ ପ୍ରମାଣପତ୍ରକୁ ଡିଜି ଲକରରେ ଯାଞ୍ଚ କରିଥିଲେ କର୍ତ୍ତୃପକ୍ଷ । ସେଥିରୁ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିଥିବା କହିଛନ୍ତି କୋରାପୁଟ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ।

ବରିଷ୍ଠ ଡାକ ଅଧିକ୍ଷକ ପୋଲିସରେ ଏତଲା ଦେଇଥିବା ବେଳେ ଜାଲ୍ ସାର୍ଟିଫିକେଟର ଯାଞ୍ଚ ଆରମ୍ଭ ହୋଇଛି । ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିବା ଅଧିକାଂଶ ଆବେଦନକାରୀ କୋରାପୁଟ, ବଲାଙ୍ଗିର ଓ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.