Latest Odisha News

BREAKING NEWS

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ ସିଟି ଆଣ୍ଡ ଜିଏସଟି ଅଧିକାରୀ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଚିତ୍ତରଞ୍ଜନ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଚିତ୍ତରଞ୍ଜନ ମହାନ୍ତିଙ୍କ ଠାରୁ ସମସ୍ତ ଟଙ୍କା ଜବତ ହୋଇଛି ।

ଲାଞ୍ଚ ଟଙ୍କା ଜବତ ପରେ ଚିତ୍ତରଞ୍ଜନ ମହାନ୍ତିଙ୍କ ୩ଟି ସ୍ଥାନରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଆଚମ୍ଭ କରିଛି । କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଚିତ୍ତରଞ୍ଜନ ମହାନ୍ତିଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.