Latest Odisha News

ଦିନିକିଆ କ୍ରିକେଟରେ ବାମହାତୀ ସ୍ପିନର ଭାବେ ଦ୍ରୁତ ୧୫୦ ୱିକେଟ ନେବାରେ ରେକର୍ଡ କଲେ କୂଲଦୀପ

ନୂଆଦିଲ୍ଲୀ: ଚଳିତ ଏସିଆ କପ କ୍ରିକେଟରେ ଭାରତ ଲୋ ସ୍କୋରିଂ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିରେ ବାମହାତୀ ସ୍ପିନର କୂଲଦୀପ ଯାଦବ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ସେ ୯.୩ ଓଭରରେ ୪୩ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏଥିସହ ସେ ବାମହାତୀ ସ୍ପିନର ଭାବେ ସବୁଠାରୁ କମ ମ୍ୟାଚରେ ୧୫୦ ୱିକେଟ ପୂର୍ଣ୍ଣ କରିଛନ୍ତି । କୂଲଦୀପ ୮୮ ମ୍ୟାଚରେ ଏହି ସଫଳତା ହାସଲ କରି ବାଂଲାଦେଶର ଅବଦୁର ରଜାକଙ୍କୁ ପଛରେ ପକାଇ ଦେଇଛନ୍ତି । ରଜାକ ୧୦୮ ମ୍ୟାଚରେ ୧୫୦ ୱିକେଟ ନେଇଥିଲେ । ତେବେ ଓଭରାଲ ସ୍ପିନର ଭାବେ ଏହି ସଫଳତା ହାସଲ କରିବାରେ କୂଲଦୀପ ୪ର୍ଥ ସ୍ଥାନରେ ରହିଛନ୍ତି । ସାକଲେନ ମୁସ୍ତାକ(୭୮), ରଶିଦ ଖାଁ (୮୦)ଓ ଅଜନ୍ଥା ମେଣ୍ଡିସ(୮୪) ତାଙ୍କ ଆଗରେ ରହିଛନ୍ତି ।

ଭାରତ ପକ୍ଷରୁ ବାମହାତୀ ବୋଲର ଭାବେ ମହମ୍ମଦ ସାମି ୮୦ ମ୍ୟାଚରେ ୧୫୦ ୱିକେଟ ନେଇ କୂଲଦୀପଙ୍କଠାରୁ ଆଗରେ ରହିଛନ୍ତି । ଏହି ମ୍ୟାଚରେ ଭାରତ ବିଜୟ ହାସଲ କରି ଶ୍ରୀଲଙ୍କାର କ୍ରମାଗତ ୧୩ ମ୍ୟାଚ ବିଜୟରେ ବ୍ରେକ ଲଗାଇଛି । ଭାରତ ଫାଇନାଲରେ ପ୍ରବେଶ କରିଥିବା ବେଳେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଏଥିନେଇ ମୁକାବିଲା ହେବ ।

Leave A Reply

Your email address will not be published.