Latest Odisha News

୯ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡିଶାର ନଅଟି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।

ପାଣିପାଗ ଏଜେନ୍ସିର କହିଛି ଯେ ଭଦ୍ରକ, ଯାଜପୁର, ଜଗତସିଂହପୁର , ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ କେନ୍ଦ୍ରାପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ଆସନ୍ତା ୪-୫ ଦିନ ମଧ୍ୟରେ ରାଜ୍ୟରେ ଦିନ ଓ ରାତିର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ମାର୍ଚ୍ଚ ୧୨ ରୁ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ।

Leave A Reply

Your email address will not be published.