Latest Odisha News

BREAKING NEWS

କୁମାର ବିଶ୍ୱାସ କାହାକୁ ଉଲ୍ଲେଖ କରି କହିଲେ ପିଶାଚ ହିଁ ଏମିତି ହସି ପାରିବ !

ନୂଆଦିଲ୍ଲୀ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଯିଏ ଯାହା କହିଲା ତାହା ପ୍ରମୁଖ ଷ୍ଟୋରୀ ପାଲଟି ଯାଉଛି । ଦିନକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ଟ୍ୟାକ୍ସ ଫ୍ରି କରିବା ନେଇ ବିଧାନସଭା ଯେଉଁ ଭଳି ଭାବେ ବିଜେପିକୁ ଟାର୍ଗେଟ କରିଥିଲେ ତାହା ଭାଇରାଲ ହେବାରେ ଲାଗିଛି । ଫିଲ୍ମକୁ ୟୁଟ୍ୟୁବରେ ରିଲିଜ କରିଦିଅ ବୋଲି କହି ସେ ତାତ୍ସଲ୍ୟ କରିଥିଲେ । ଏହା ପରେ କେଜ୍ରିୱାଲଙ୍କ ପୂର୍ବତନ ବନ୍ଧୁ ତଥା କବି କୁମାର ବିଶ୍ୱାସ ମୁହଁ ଖୋଲିଛନ୍ତି ।

କ୍ଷୀର ଛାଡି ନ ଥିବା ଶିଶୁ, ଅସହାୟ ମହିଳା, ଶାନ୍ତିପ୍ରିୟ କଶ୍ମୀର ପଣ୍ଡିତଙ୍କ ପ୍ରାୟୋଜିତ ନୃଶଂସ ହତ୍ୟାକାଣ୍ଡକୁ ଅଣଦେଖା କରି ରାଜନୀତି ମହତ୍ୱାକାଂକ୍ଷୀ ପାଇଁ କେବଳ କୌଣସି ପିଶାଚ ହିଁ ଏ ଭଳି ଅଟ୍ଟହାସ୍ୟ କରିପାରିବ । ପୂର୍ବରୁ କେଜ୍ରିୱାଲଙ୍କ ଭିଡିଓ ଟୁଇଟ କରି ବିଜେପିର ସୋସିଆଲ ମିଡିଆ ଇନଚାର୍ଯ୍ୟ ଅମିତ ମାଲବିୟ ଏହାକୁ କ୍ରୁର ବୋଲି ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.