ଭୁବନେଶ୍ବର: ଆଖି ଶରୀରର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ । ତଥାପି ଲୋକମାନେ ସେମାନଙ୍କର ଯତ୍ନ ସଠିକ୍ ଭାବରେ ନିଅନ୍ତି ନାହିଁ । ଦିନସାରା ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ସାମ୍ନାରେ ବସିବା ଦ୍ବାରା ଆଖି ଉପରେ ପ୍ରଭାବ ପଡିଥାଏ । ଫଳରେ ଆଖିରେ ଯନ୍ତ୍ରଣା, ଆଖିରୁ ପାଣି ଆସିବା, ଦୃଷ୍ଟି ଶକ୍ତି କମ୍ ହେବା ଓ ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ଦେଖାଯାଏ ।
ତେବେ ପୋଷଣଯୁକ୍ତ ଆହାର ଖାଇଲେ ଦୃଷ୍ଟିଶକ୍ତି କ୍ଷମତା ମଧ୍ୟ ବଢାଇପାରିବ। ଏଥିସହ ଯୋଗ,ବ୍ୟାୟାମ ଏବଂ ପ୍ରାଣାୟାମ କରି ଆଖିକୁ ସୁସ୍ଥ କରିପାରିବେ।
ଭୁଜଙ୍ଗାସନ, ସର୍ବାଙ୍ଗାସନ, ଶୀର୍ଷାସନ ଆସନ କରିବା ସହ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆଖିରେ ରକ୍ତ ସଂଚାଳନ ବଢିଥାଏ। ଫଳରେ ଆଖି ରୋଗରୁ ବଞ୍ଚି ପାରିବେ ।
ସେହିପରି ଆଖି ବ୍ୟାୟମ କରି ପାରିବେ । ଏହାର ବିଧି ହେଲା ପ୍ରଥମେ ସିଧା ଭାବେ ଗୋଡକୁ ଲମ୍ବାଇ ବସନ୍ତୁ। ପ୍ରଥମେ ଡାହାଣ ଏବଂ ତା’ ପରେ ବାମକୁ ଦେଖନ୍ତୁ। ଏପରି ଅଭ୍ୟାସ ୧୦ରୁ ୨୦ଥର କରନ୍ତୁ।
ଏହାପରେ ସେପରି ଅବସ୍ଥାରେ ହିଁ ବସି ରୁହନ୍ତୁ । ସାମ୍ନା , ତେରଛା ଦେଖିବା ଅଭ୍ୟାସ କରନ୍ତୁ। ଏପରି ମଧ୍ୟ ୧୦-୨୦ ଥର କରନ୍ତୁ। ପୁଣି ଆଖିକୁ ଉପରକୁ କିମ୍ବା ତଳକୁ କରି ଦେଖନ୍ତୁ । ଉପରକୁ ଦେଖିବା ବେଳେ ନିଶ୍ୱାସ ଭିତରକୁ ନିଅନ୍ତୁ, ତଳକୁ ଦେଖିବା ବେଳେ ନିଶ୍ୱାସ ଛାଡନ୍ତୁ। ଏହିପରି ପ୍ରତିଦିନ କରନ୍ତୁ ।
ଏପରି କରିବା ଦ୍ବାରା ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା କମ୍ ହୋଇଥାଏ ।
Comments are closed.