Latest Odisha News

BREAKING NEWS

କେଭିଆଇସି ପକ୍ଷରୁ ଓଡ଼ିଶାର ପ୍ରଥମ ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର : ଟସର ପ୍ରଜାତୀର ସିଲ୍କ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଓଡ଼ିଶା । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡ଼ିଶାର ସିଲ୍କ ବୁଣାକାର କଞ୍ଚାମାଲ ପାଇଁ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ଉପରେ ନିର୍ଭରଶୀଳ ହେଉଛନ୍ତି । ଏହାସହ ଅଧିକ ମୂଲ୍ୟ ଦେଇ ସିଲ୍କ ସୂତା କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କଟକ ଜିଲ୍ଲା ଚୌଦ୍ବାରରେ ରାଜ୍ୟର ପ୍ରଥମ ଟସର ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନେଇଛି ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ । ଏହି କେନ୍ଦ୍ର ଟସର ସିଲ୍କ ସୂତା ସ୍ଥାନୀୟ ବୁଣାକାର ମାନଙ୍କୁ ଯୋଗାଇବା ସହ କର୍ମନିଯୁକ୍ତି ସୁଯୋଗ ଓ ସିଲ୍କ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିବ ।

ଟସର ସିଲ୍କ ହେଉଛି ସର୍ବୋତ୍ତମ ପ୍ରଜାତିର ସିଲ୍କ । ଏହାର ମୋଟା ଖଦଡ ଓ ସଚ୍ଛିଦ୍ର ବୁଣା ଶୈଳୀ ସହ ଗାଉଁଲୀ ଉପଢୌକନ ଭାବେ ବେଶ୍ ପରିଚିତ । ଓଡ଼ିଶାର ଶତକଡା ୭୫ ଗ ଖଦୀ ଲୁଗା ସିଲ୍କ ଶ୍ରେଣୀୟ ହୋଇଥିବାରୁ ଏହି କେନ୍ଦ୍ର ବେଶ୍ ଗୁରୁତ୍ବ ବହନ କରେ । ଏହି କେନ୍ଦ୍ରରେ ୩୪ଜଣ ମହିଳାଙ୍କ ସମେତ ୫୦ଜଣ କାରିଗରଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେବାକୁ ଥିବା ବେଳେ, ଟସର ଖୋସା ଚାଷ କରୁଥିବା ୩୦୦ ଆଦିବାସୀ କୃଷକଙ୍କୁ ମଧ୍ୟ ଲାଭାନ୍ବିତ କରିବ । ଏହା ରାଜ୍ୟର ବୁଣାକାର ଓ ତାକୁଡିରେ ସୂତା ଗୁଡାଉଥିବା ଲୋକଙ୍କୁ ମଧ୍ୟ ପରୋକ୍ଷ ନିଯୁକ୍ତି ଦେବ । ଗୋଟିଏ କେଜି କଞ୍ଚା ସିଲ୍କ ପ୍ରସ୍ତୁତିରେ ୧୧ ଜଣ ନିଯୁକ୍ତ ହେଉଥିବା ବେଳେ, ସେମାନଙ୍କ ମଧ୍ୟରୁ ୬ଜଣ କାରିଗର ହେଉଛନ୍ତି ମହିଳା ।

ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ବାରା ସୂତା ଦର ମଧ୍ୟ ହ୍ରାସ ପାଇବ । ଏହାସହ ଓଡିଶାର ପ୍ରସିଦ୍ଧ ଟସର ସିଲ୍କକୁ ବ୍ୟାପକ ପ୍ରୋତ୍ସାହନ ମିଳିବା ସହ ରାଜ୍ୟର ପାରମ୍ପରିକ ସିଲ୍କ କଳା ମଧ୍ୟ ସମୃଦ୍ଧ ହେବ ବୋଲି ଉଦଘାଟନ ଅବସରରେ କହିଛନ୍ତି କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସକ୍ସେନା । ୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସିଲ୍କ ସୂତା ଉତ୍ପାଦନ କେନ୍ଦ୍ର ବାର୍ଷିକ ପ୍ରାୟ ୯୪ ଲକ୍ଷ ଟଙ୍କାର ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ସିଲ୍କ ସୂତା ଉତ୍ପାଦନ କରିପାରିବ ।

Leave A Reply

Your email address will not be published.