Latest Odisha News

BREAKING NEWS

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ୨୦୨୦ ପରୀକ୍ଷା ଫଳ, ଶୁଭମ କୁମାର ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷାଫଳ ପ୍ରକାଶ ପାଇଛି | ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର | ସେହିପରି ଦ୍ଵିତୀୟ ସ୍ଥାନରେ ଜାଗୃତି ଆସ୍ୱସ୍ଥି ଅଛନ୍ତି | ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବାବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ ଛାତ୍ରୀ |

ତୃତୀୟରେ ଅଙ୍କିତା ଜୈନ ଥିବାବେଳେ ଚତୁର୍ଥ ସ୍ଥାନରେ ୟସ ଜାଳୁକା ଅଛନ୍ତି | ସେହିପରି ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ମନୋନୀତ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ସାଧାରଣ ବର୍ଗରୁ ୨୬୩ ଜଣ ଥିବାବେଳେ ଓବିସି ବର୍ଗର ୨୨୯ ଜଣ ଛାତ୍ର ଛାତ୍ରୀ ଅଛନ୍ତି | ସେହିପରି ଏସସି ଓ ଏସଟି ବର୍ଗରୁ ଯଥାକ୍ରମେ ୧୨୨ ଜଣ ଓ ୬୧ ଜଣ ଛାତ୍ରଛାତ୍ରୀ ଅଛନ୍ତି |

Leave A Reply

Your email address will not be published.