Latest Odisha News

BREAKING NEWS

୯ ଦଫା ଦାବି ନେଇ ପୁଣି ଶ୍ରମିକ ସଂଘର ବିକ୍ଷୋଭ ପ୍ରଦର୍ଶନ

ପାରାଦୀପ: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲା ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ୯ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ। ପାରାଦୀପ ତୈଳ ବିଶୋଧନାଗାରରେ ଶୋଷଣର ଶିକାର ହେଉଛନ୍ତି ଶ୍ରମିକ। ବାରମ୍ବାର ଦାବି ସତ୍ତ୍ୱେ ଶୁଣୁନାହାଁନ୍ତି ଆଇଓସିଏଲ କର୍ତ୍ତୃପକ୍ଷ। ଯାହାକୁ ନେଇ ତୈଳ ବିଶୋଧନାଗାର ଫାଟକ ସମ୍ମୁଖରେ କଳାପତାକା ଧରି ପ୍ରଦର୍ଶନ କରୁଛନ୍ତି ଶ୍ରମିକ ସଂଘ।

BjdElectrycity

ଦୀର୍ଘ ବର୍ଷ ହେଲା ତୈଳ ବିଶୋଧନାଗାରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସଠିକ୍ ସମୟରେ ଦରମା ପାଉନଥିବା ବେଳେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ଅନୁଯାୟୀ କୁଶଳୀ, ଅଣକୁଶଳୀ ଭାବରେ ଦରମା ପ୍ରଦାନ କରାଯାଉନାହିଁ। ଏପରିକି କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ପାଇଁ କ୍ୟାଣ୍ଟିନ, ରେଷ୍ଟ ସେଡ, ଗାଡ଼ି ରଖିବା ପାଇଁ ଦେୟମୁକ୍ତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଉନାହିଁ। ଯାହାକୁ ନେଇ ଅନେକ ଥର ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ତରଫରୁ ବିକ୍ଷୋଭ ପ୍ରତିବାଦ କଳାପତାକା ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଏଥିରେ କିଛି ସୁଫଳ ମିଳିନାହିଁ।

ଫଳରେ ୯ ଦଫା ସମ୍ବଳିତ ଦାବିକୁ ନେଇ ୩ ହଜାରରୁ ଉର୍ଦ୍ଧ୍ବ ଶ୍ରମିକମାନେ ହାତରେ ପ୍ଲାକାର୍ଡ, କଳା ପତାକା ଧରି ନାରାବାଜି ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯଦି ଆଇଓସିଏଲ କର୍ତ୍ତୃପକ୍ଷ ୧୪ ଦିନ ମଧ୍ୟରେ ଏହାର ସମାଧାନ ନକରନ୍ତି ତେବେ ସମସ୍ତ ଶ୍ରମିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରବେ ଏବଂ ଆଇଓସିଏଲ ଗେଟକୁ ସମ୍ପୂର୍ଣ୍ଣ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.