Latest Odisha News

BREAKING NEWS

ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼, ପୋଲିସର ତନାଘନା ଜାରି

ଢେଙ୍କାନାଳ: ବିଜେଡି ନେତାଙ୍କ କାର ଉପରକୁ ବୋମା ମାଡ଼। କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି।

ପ୍ରଥମେ ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଗୋଟିଏ ରାଉଣ୍ଡ ବୁଲି ସାରିବା ପରେ ଗାଡି ଉପରକୁ ୩ଟି ବୋମା ମାଡ଼ କରିଥିଲେ। ଏବେବି ଦୁଇଟି ବୋମା ଅଫୁଟା ପଡିଥିବା ଦେଖିବାକୁ ମିଳିଛି। ଯାହାର ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ରାତିରେ ବୋମା ମାଡ଼ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ।

ଏପରିକି ନାଇଟ ପାଟ୍ରୋଲିଂରେ ଥିବା ପୋଲିସ ମଧ୍ୟ କାହ୍ନୁ ଚରଣ ସାହୁଙ୍କ ଘର ପାଖକୁ ଆସିଥିଲେ। ତେବେ କାହ୍ନୁଙ୍କର କୌଣସି ରାଜନୈତିକ କିମ୍ବା ବ୍ୟବସାୟୀକ ଶତ୍ରୁ ନଥିବା ସେ ପ୍ରକାଶ କରିଛନ୍ତି। ଏନେଇ କାମାକ୍ଷାନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.