ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ ବାର୍ଲା । ବିଶ୍ୱର ୪ନମ୍ବର ସ୍ଥାନରେ ଥିବା ଭାରତୀୟଠାରୁ ଏଥର ଅଧିକ ଆଶା ରହିଛି ବୋଲି ସେ କହିଛନ୍ତି ।
ଦଳରେ ୧୦ ଖେଳାଳି କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ ଖେଳିବାକୁ ଯାଉଛନ୍ତି । ସେମାନେ ଫିଟ ଏବଂ ମନୋବଳ ଉଚ୍ଚରେ ଥିଲେ ମଧ୍ୟ ସିନିୟର ଖେଳାଳିଙ୍କ ଅଭାବ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ସମୟରେ ପରିଲକ୍ଷିତ ହେବ । ବର୍ତମାନ ଦେଖିବା କଥା ଚାପଭରା ପରିସ୍ଥିତିରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଭଲ ପ୍ରଦର୍ଶନ ନେଇ ଆଗୁଆ ଶୁଭେଚ୍ଛା ଜଣାଉଛି ବୋଲି ୨୦୦୦ ସିଡନୀ ଅଲିମ୍ପିକ୍ସ ଖେଳିଥିବା ଲାଜରୁସ କହିଛନ୍ତି । ଲଲିତ ଉପାଧ୍ୟୟ ଓ ମନଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯୁବ ଖେଳାଳି । ଅବଶ୍ୟ ଚୟନ କମିଟି ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିଥିବ ବୋଲି ମୋର ଆଶା । ଏହି ଅବସରରେ ସେ ମହିଳା ହକି ଟିମ ଶୃଙ୍ଖଳିତ ଏବଂ ସମନ୍ୱିତ ରହିଛି ବୋଲି ସେ କହିଛନ୍ତି । ଦୀପଗ୍ରେସ ଏକ୍କାଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ । ତେବେ ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜଙ୍କୁ କାହିଁକି ଚୟନ କରା ନ ଗଲା ତାହା ବୁଝା ପଡୁନି ।
ହକି ଇଣ୍ଡିଆ କାହିଁକି ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଇଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଲାଜରୁସ । ଦୀପଗ୍ରେସ ଏବଂ ବୀରେନ୍ଦ୍ର ଜାତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି କହିଛନ୍ତି । ପୁରସ୍କାର ପାଇଁ ଚୟନ ଏବଂ ଦଳ ବାଛିବା ନେଇ କେଉଁଠାରେ ତ୍ରୁଟି ରହିଯାଉଛି ବୋଲି ପୂର୍ବତନ ଅଲିମ୍ପିଆନ ଜଣଙ୍କ କହିଛନ୍ତି । ଏ ନେଇ ସେ ଆକାଶଦୀପ ସିଂଙ୍କ ଉଦାହରଣ ଦେଇଛନ୍ତି । ଗତ ବର୍ଷ ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଏଥର ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଉନି । ଏ ସବୁ ସତ୍ୱେ ଭାରତର ଭଲ ପ୍ରଦର୍ଶନ ନେଇ ସେ ଦୃଢ଼ ଆଶା ପୋଷଣ କରିଛନ୍ତି ।
BREAKING NEWS
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
- ସମ୍ବଲପୁରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ୪୫୧ କୋଟିର ମେଗା ପ୍ରକଳ୍ପ…
- papa buka : ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓଡିଆ ପ୍ରଯୋଜକଙ୍କ “ପାପା ବୁକା’;ଏକାଡେମୀ ଆୱାର୍ଡସର ୩ ବିଭାଗରେ…
- ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍ଡିଙ୍ଗର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
- ୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ
- ମିଚେଲ, କନୱେ, ନିକୋଲସଙ୍କ ଅର୍ଦ୍ଧଶତକ: ସିରିଜରୁ ଓହରିଲେ ପନ୍ତ
- କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍ଘାଟିତ
- S-400 Squadron: ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ଆଉ ଏକ ହିରୋ: ପାକିସ୍ତାନ, ଚୀନର ନିଦ ହଜାଇବ ଏହି ପ୍ରତିରକ୍ଷା ପ୍ରଣାଳୀ…
Comments are closed.