Latest Odisha News

BREAKING NEWS

ଯୁବତୀଙ୍କ କେଶକୁ ଦେଖି ଯୁବକମାନେ ପାଗଳ : ଏହାକୁ ନେବାକୁ ଅଢେଇ କୋଟି ଟଙ୍କାର ଅଫର

ଆଜିକାଲି ନିଜକୁ ପରିଚିତ କରିବାକୁ ହେଲେ ସୋସିଆଲ ମିଡ଼ିଆ ହେଉଛି ସବୁଠୁ ସହଜ ମାଧ୍ୟମ । ଏଥିଲାଗି ଜଣେ ସହଜରେ ନିଜର ପ୍ରତିଭା ଦେଖାଇବା ସହ ଅଳ୍ପଦିନରେ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିପାରିବ । ବ୍ରିଷ୍ଟଲରେ ରହୁଥିବା ଜଣେ ଯୁବତୀ ନିଜର ଲମ୍ବା ଓ ଗହବା କେଶକୁ ସୋସିଆଲ ମିଡ଼ିଆରେ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ତାଙ୍କର ଏହି ଲମ୍ବା କେଶକୁ ଦେଖି ଯୁବକମାନେ ପୁରା ପାଗଳ । ଏଥିଲାଗି ତାଙ୍କୁ କୋଟି କୋଟି ଟଙ୍କା ଅଫର ମଧ୍ୟ କରୁଛନ୍ତି ।

ମୁଣ୍ଡର କେଶ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାନ୍ତି । ଏଥିଲାଗି କେହି କେହି ଲମ୍ବା କେଶ ରଖୁଥିବା ବେଳେ ଆଉ କିଏ ନିଜ ଷ୍ଟାଇଲରେ କେଶ କାଟିଥାନ୍ତି । ଏଇ ଯେମିତି ବ୍ରିଷ୍ଟଲରେ ରହୁଥିବା ୨୨ ବର୍ଷିୟା ଜସ୍ମିନ । ସେ ଏକ କମ୍ପାନୀରେ ଚାକିରି କରିଥିଲେ । ହେଲେ ତାଙ୍କୁ ସେଠାରେ କାମ କରିବାକୁ ଆଗ୍ରହ ଲାଗିଲା ନାହିଁ । ଚାକିରି ଛାଡ଼ି ନିଜ କେଶର ଯତ୍ନ ନେବାକୁ ଲାଗିଲେ । ତାଙ୍କର ଲମ୍ବା ଲମ୍ବା କେଶ ରଖିବା ଖୁବ୍ ପସନ୍ଦ । ତାଙ୍କର ଏହି ଲମ୍ବା କେଶ ଯିଏ ଦେଖୁଛି ସେ ତାଙ୍କ ପ୍ରେମରେ ପଡ଼ୁଛି । ମୋଟା-ଚିକ୍‌ଚିକିଆ ଏବଂ ନାଲି ରଙ୍ଗରଏହି କେଶ ଜସ୍ମିନଙ୍କ ଆଣ୍ଠୁକୁ ଛୁଇଁଛି । ଏହାର ଲମ୍ବା ୪ ଫୁଟ ୭ ଇଞ୍ଚ । ତାଙ୍କର ଏହି କେଶ ନେବା ପାଇଁ ଅଧିକାଂଶ ପୁରୁଷ ଅନୁରୋଧ କରିଥାନ୍ତିି, ଏମିତି କି ମୋଟା ଅଙ୍କର ଟଙ୍କା ବି ଅଫର କରନ୍ତି । ଜଣେ ବ୍ୟକ୍ତି ତାଙ୍କର କେଶ ନେବା ପାଇଁ ୨ କୋଟି ୬୦ ଲକ୍ଷ ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ହେଲେ ଜସ୍ମିନ୍ ଏହି ଅଫରକୁ ସିଧା ମନା କରିଦେଇଥିଲେ । ଯେତେ ଟଙ୍କା ଦେଲେ ବି ସେ କେଶ କାଟିବାକୁ ପ୍ରସ୍ତୁତ ନୁହଁନ୍ତି ।

ଜସ୍ମିନ୍ କହିଛନ୍ତି ଯେ, ତାଙ୍କ ଜୀବନରେ ତାଙ୍କ କେଶ ହେଉଛି ଅମୂଲ୍ୟ । କୌଣସି ପରିସ୍ଥିତିରେ ବି ସେ ଏହାକୁ କାଟିବେ ନାହିଁ । ସୁନ୍ଦର ଓ ଲମ୍ବା କେଶକୁ ଯେ ଧନୀଲୋକମାନେ ଏତେ ପସନ୍ଦ କରନ୍ତି ତାହା ଜସ୍ମିନଙ୍କର ଧାରଣା ନ ଥିଲା । ସେ ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରୀୟ । ସେ ଲାର୍ସ ହେୟାର କେୟାର ନାମକ ଏକ କମ୍ପାନୀ ମଧ୍ୟ ଚଳାନ୍ତି । ମୁଣ୍ଡରୁ ମାଟିକୁ ଛୁଇଁବା ପର୍ଯ୍ୟନ୍ତ ନିଜର କେଶକୁ ବଢାଇବାକୁ ତାଙ୍କର ଇଛା ।

କେଶ ବଢାଇବା ଆଦୌ ସହଜ ନୁହେଁ । ତାଙ୍କର ଏହି ସୁନ୍ଦର କେଶର ରହସ୍ୟ ବର୍ଣ୍ଣନା କରି ଜସ୍ମିନ୍ କହିଛନ୍ତି ଯେ, ସେ ପ୍ରତ୍ୟେକ ଦିନ କେଶରେ ନଡିଆ ତେଲରେ ଗୋଲମରିଚ ମିଶାଇ ଲଗାଇଥାନ୍ତି । ଏଥିସହିତ କେଶରେ ସାମ୍ପୁ ଏବଂ କଣ୍ଡିସନର ଲଗାନ୍ତି । ଶୋଇବା ସମୟରେ ରେଶମ ତକିଆ ବ୍ୟବହାର କରନ୍ତି ।

Leave A Reply

Your email address will not be published.