Latest Odisha News

BREAKING NEWS

କିନ୍ନର ଭୂମିକାରେ ନଜର ଆସିଲେ ସରଦ, ଲୋକେ ପାରୁନାହାନ୍ତି ଚିହ୍ନି

ମୁମ୍ବାଇ: କିନ୍ନର ଭୂମିକାରେ ନଜର ଆସିଲେ ଛୋଟ ପରଦାର ଅଭିନେତା ସରଦ ମଲହୋତ୍ରା । ସରଦ ଏଏଲଟି ବାଲାଜିର ସିରିଜ ହନିଟ୍ରାପ ସ୍କାର୍ଡରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏଥିପାଇଁ ତାଙ୍କୁ କିନ୍ନର ଭଳି ବେଶରେ ସଜ୍ଜେଇ ହେବାକୁ ପଡ଼ିଛି । ଏଥିସହିତ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ଲୋକଙ୍କୁ ତାଳି ବଜାଇ ଟଙ୍କା ମାଗୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ବେଶରେ ସେ ବହୁତ ସୁନ୍ଦର ଲାଗୁଛନ୍ତି । ତାଙ୍କର ଏହି କିନ୍ନର ଭୂମିକାର ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଚିହ୍ନିବି ପାରୁ ନାହାନ୍ତି ।

ଏହି କିନ୍ନର ଭୂମିକାକୁ ଠିକ୍ ଭାବେ କରିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି । ସେଥିପାଇ ରାସ୍ତାରେ ତାଙ୍କୁ ଚିହ୍ନବା କଷ୍ଟକର ହୋଇଥିଲା । ସରଦଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେ ବିଭିନ୍ନ ଧାରାବାହିକରେ ଅଭିନୟ କରି ଘରେ ଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ତାଙ୍କର ଏହି କିନ୍ନର ଭୂମିକା ବି ଲୋକଙ୍କ ହୃଦୟକୁ ଛୁଇଁଛି ।

Leave A Reply

Your email address will not be published.