Latest Odisha News

ନବରଙ୍ଗପୁରରେ ଜବରଦଖଲ ଜମିର ପଟ୍ଟା: ଲକ୍ଷାଧିକ ଠକି ବିଶ୍ୱରଞ୍ଜନ ସଗରିଆ ଗିରଫ

କୋଷାଗୁମୁଡ଼ା: ଜବରଦଖଲ ଜମିର ପଟ୍ଟା କରାଇ ଦେବା ନାଁରେ ଲକ୍ଷାଧିକ ଠକେଇ ହୋଇଛି । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ବିଶ୍ୱରଞ୍ଜନ ସଗରିଆ ଜମି ପଟ୍ଟା, ଡିଏଲ, ଲିଗାଲହେର ଆଦି ନକଲି କାଗଜପତ୍ର କରି ଲୋକଙ୍କୁ ଠକି ଗିରଫ ହୋଇଛି ।

ଅମୂଲ୍ୟ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କ ଠାରୁ ୯ ହଜାର ଟଙ୍କା ନେଇ ଜମି ପଟ୍ଟା କରାଇଥିଲା ବିଶ୍ୱରଞ୍ଜନ। ତହସିଲଦାରଙ୍କୁ ଏହି ପଟ୍ଟା ଦେଖାଇବା ପରେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ ଅମୂଲ୍ୟ। ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ।

ପୋଲିସ ଅନେକ ଜାଲି କାଗଜପତ୍ର ଏବଂ ପ୍ରମାଣ ପାଇବା ପରେ ଗୁରୁବାର ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଠକେଇ ବିଷୟରେ ଜାଣିବା ପରେ ଅମୂଲ୍ୟ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ଜୁନ ୧୭ରେ ତହସିଲଦାର କୋଷାଗୁମୁଡ଼ା ଥାନାରେ ବିଶ୍ୱରଞ୍ଜନଙ୍କ ବିରୋଧରେ ଏତଲା ଦେଇଥିଲେ ।

ବୁଧବାର କୋଷାଗୁମୁଡ଼ା ପୋଲିସ ବିଶ୍ୱରଞ୍ଜନକୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା । ତଦନ୍ତରୁ ଅନେକ ଜାଲି କାଗଜପତ୍ର ଏବଂ ପ୍ରମାଣ ପାଇବା ପରେ ଗୁରୁବାର ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଗିରଫ ପରେ ବିଶ୍ୱରଞ୍ଜନ ବିରୋଧରେ ଅଭିଯୋଗର ଧାଡ଼ି ଲାଗିଛି । ବିଭିନ୍ନ ସରକାର କାଗଜପତ୍ର କରାଇଦେବା କହି ଅନେକ ଲୋକଙ୍କୁ ଲକ୍ଷାଧିକ ଟଙ୍କା ଲୁଟିଛି । ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ପ୍ରଶାସିନକ ଅଫିସରଙ୍କ ଦସ୍ତଖତ ନକଲ କରି ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ଦେଖୁଥିଲା ବିଶ୍ୱରଞ୍ଜନ ।

ଠକେଇ ଟଙ୍କା ଦାମୀ ଗାଡ଼ି ଏବଂ ଜମି ଆଉ ଅନ୍ୟ ସ୍ଥାନରେ ପୁଞ୍ଜି ନିବେଶ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ଏଭଳି କାରବାର ଚଲାଇଥିଲା ବୋଲି ଠକେଇ ଶିକାର ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

Leave A Reply

Your email address will not be published.