Latest Odisha News

BREAKING NEWS

କୋହଲି ମୋଷ୍ଟ ଭାଲ୍ୟୁଡ ସେଲିବ୍ରେଟି

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ୨୦୨୧ର ଟପ ଭାଲ୍ୟୁଡ ସେଲିବ୍ରେଟି ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨୨ ପ୍ରତିଶତ ଖସିଥିଲେ ମଧ୍ୟ ଏହାର ଫାଇଦା ଅନ୍ୟମାନଙ୍କୁ ମିଳି ନାହିଁ । କୋହଲିଙ୍କ ଭାଲ୍ୟୁ ୧୮.୫୭ କୋଟି ଡଲାର (୧୪୦୦ କୋଟି) ରହିଛି । ତାଙ୍କ ପଛକୁ ବଲିଉଡ ଅଭିନେତା ରଣବୀର ସିଂ ଓ ଅକ୍ଷୟ କୁମାର ରହିଛନ୍ତି । ସେମାନଙ୍କ ବ୍ରାଣ୍ଡ ଭାଲ୍ୟୁ ଯଥାକ୍ରମେ ୧୫.୮୩ ଓ ୧୩.୯୬ ରହିଛି ।

୪ର୍ଥରୁ ୧୦ମ ସ୍ଥାନ ମଧ୍ୟରେ ଆଲିୟା ଭଟ୍ଟ (୦୬.୮୧), ମହେନ୍ଦ୍ର ସିଂ ଧୋନୀ (୦୬.୧୨), ଅମିତାଭ ବଚ୍ଚନ (୫.୪୨), ଦୀପିକା ପାଦୁକୋନ (୫.୧୬), ସଲମାନ ଖାଁ (୫.୧୬), ଆୟୁଷ୍ମାନ ଖୁରାନା (୪.୯୩) ଓ ହ୍ରିତିକ ରୋଶନ (୪.୮୫) ରହିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ତୁଳନାରେ ୬ ସ୍ଥାନ ଉନ୍ନୀତ ହୋଇଛନ୍ତି । ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ପ୍ରଥମ ଥର ପାଇଁ ୨୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ରାଣ୍ଡ ଭାଲ୍ୟୁ ୨.୨ କୋଟିରେ ପଂହଚିଛି ।

Leave A Reply

Your email address will not be published.