Latest Odisha News

BREAKING NEWS

ଇଂଲଣ୍ଡରୁ ଭାରତ ଫେରିବ ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି

ଲଣ୍ଡନ: ଇଂଲଣ୍ଡ ସରକାର ଭାରତର ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି ଫେରାଇବା ପାଇଁ ରାଜି ହୋଇଛି । ଆସନ୍ତା ସପ୍ତାହରେ ଭଗବାନଙ୍କ ମୂର୍ତ୍ତି ଭାରତ ଆସିବ । ନଟରାଜଙ୍କ ଏହି ଅମୂଲ୍ୟ ମୂର୍ତି ୨୫ କୋଟି ଟଙ୍କାରେ ତସ୍କର ବାମନ ନାରାୟଣ ଧୀୟା ଏହାକୁ ବିକ୍ରି କରିଥିଲେ । ୧୯୯୮ରେ ଘାଟେଶ୍ୱର ମନ୍ଦିରର ଏହି ମୂର୍ତ୍ତିକୁ ଚୋରି କରା ଏହା ସ୍ଥାନରେ ନକଲି ମୂର୍ତ୍ତି ରଖି ଦିଆଯାଇଥିଲା । ୨୦୦୩ରେ ଜୟପୁରର ପୋଲିସ ଅଧିକ୍ଷକ ଆନନ୍ଦ ଶ୍ରୀବାସ୍ତବ ଅପରେଶନ ବ୍ଲାକ ହୋଲରେ ମୂର୍ତ୍ତି ଚୋରଙ୍କୁ ଗିରଫ କରିଥିଲେ । ଏହା ପରେ ଘଟଣା ଉପରୁ ପରଦା ଉଠିଥିଲେ ।

ଦୀର୍ଘ ୨୨ ବର୍ଷର ଲଢ଼େଇ ପରେ ଏହି ମୂର୍ତି ଏବେ ଭାରତ ଫେରିବ । ଏଥିରେ ସରକାର ଏବଂ ମହିଳା ଐତିହାସିକାର ସୁଷମା ଆହୁଜା ଆପ୍ରାଣ ଉଦ୍ୟମ କରିଥିଲେ ।  ଇଂଲଣ୍ଡ ସରକାର ଏହି ପ୍ରତିମା ଭାରତୀୟ ଅଧିକାରୀଙ୍କୁ ଫେରାଇ ସାରିଛନ୍ତି । ଔପଚାରିକତା ପୂର୍ଣ୍ଣ ପରେ ଏହା ଭାରତ ଆସିବ ।

Leave A Reply

Your email address will not be published.