Latest Odisha News

BREAKING NEWS

ବଲିଉଡ ଗାୟକ ଶଙ୍କରଙ୍କ ଧୁନରେ ମତୁଆଲା ହେଲା ଡଟ୍ ଫେଷ୍ଟ ଅନ୍ତିମ ସନ୍ଧ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ଡଟ୍ ଫେଷ୍ଟର ଶେଷ ସନ୍ଧ୍ୟା ତଥା ଉଦଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ସିଙ୍ଗର ଶଙ୍କର ମହାଦେବନ ।

ଅନେକ ଦିନ ଧରି ଡଟ ଫେଷ୍ଟର ସନ୍ଧ୍ୟାରେ ରାଜଧାନୀ ବାସୀ ମତୁଆଲା ହେଉଥିବା ବେଳେ ଏହି ଫେଷ୍ଟ ଉଦଯାପିତ ହୋଇଯାଇଛି ।

ଡଟ୍ ଫେଷ୍ଟର ଶେଷ ଦିନରେ ଶଙ୍କର-ଏହସାନ୍-ଲୟଙ୍କ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା ।

ରୋମାଞ୍ଚିତ ଦର୍ଶକମାନେ ମଧ୍ୟ ଏହି ସନ୍ଧ୍ୟାକୁ ମନଭରି ଉପଭୋଗ କରିବା ସହ ମନଛୁଆଁ ସଙ୍ଗୀତର ତାଳେ ତାଳେ ଖୁବ୍ ଝୁମିଥିଲେ ।

ଆହୁରି ମଧ୍ୟ ଏହି ମ୍ୟୁଜିକାଲ ନାଇଟରେ ରାଜି, ତାରେ ଜମିନ୍ ପର୍, ସଜଦା ତେରା ସଜଦା, ଇଟସ୍ ଟାଇମ୍ ଟୁ ଡିସ୍କୋ, ସୁନୋ ଗୋରସେ ଦୁନିଆ ବାଲୋ ଏବଂ ଆହୁରି ଅନେକ ଗୀତର ତାଳେ ତାଳେ ଧୁମ୍ ନାଚିଥିଲେ ଉପସ୍ଥିତ ଦର୍ଶକ ।

Leave A Reply

Your email address will not be published.