Latest Odisha News

BREAKING NEWS

ପୋଷା କୁକୁରକୁ ବେଶ୍ ଭଲ ପାଆନ୍ତି ଚୁଲବୁଲି ନାୟିକା ଏଲିନା…

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ନାୟିକା ହେଲେ ଏଲିନା ସାମନ୍ତରାୟ । ଏଲିନା ତାଙ୍କ ଘରୋଇ ଜୀବନରେ କୁକୁରଙ୍କୁ ବେଶ୍ ଭଲ ପାଆନ୍ତି । ଖାଲି ଯେ, ଆଲସେସାନ କି ପାମେରିଆନ କି ଗ୍ରେ ହାଉଣ୍ଡ ନୁହେଁ ବରଂ ଏଲିନା କେବେ ଯଦି ରାସ୍ତାରେ ଦେଶୀ କୁକୁର ଛୁଆଟେ ଦେଖନ୍ତି ତେବେ ତାଙ୍କ ଗାଡ଼ି ଅଟକାଇ କୁକୁର ଛୁଆକୁ ଟିକେ ଗେଲ କରିଦିଅନ୍ତି । ଏଲିନା ସାମନ୍ତରାୟ । ଓଲିଉଡ଼ର ଏବେ ମୋଷ୍ଟ ପପୁଲାର୍ ନାୟିକା । ଟିଭି ରିଆଲିଟି ଶୋ’ରୁ ଓଲିଉଡ ହିରୋଇନ ହୋଇ ସଫଳତାର ପାହାଚ ଚଢି ଚାଲିଛନ୍ତି ଏଲିନା । ଅଭିନୟ ଜଗତର ସଫଳତାର ଶୀର୍ଷରେ ଏବେ ଏଲିନା । ଚୁଲବୁଲି ନାୟିକା ଏଲିନା କେବଳ ଯେ ତାଙ୍କର ମଡ଼ର୍ଣ୍ଣ ଲୁକ୍ସ୍ ପାଇଁ ନୁହେଁ ବରଂ ତାଙ୍କର ନିଖୁଣ ଅଭିନୟ ଲାଗି ଏବେ ଓଲିଉଡ଼ର ଜଣେ ବ୍ୟସ୍ତ ନାୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏଲିନାଙ୍କର ଏହି ଭଲଗୁଣ ବିଷୟରେ ତାଙ୍କର କୋ-ଆକ୍ଟରମାନେ ମଧ୍ୟ ଭଲଭାବେ ଜାଣିଛନ୍ତି । ବେଳେ ବେଳେ କୋ-ଆକ୍ଟରମାନେ ଏହି କଥାକୁ ନେଇ ତାଙ୍କୁ ଚିଡ଼େଇବାର ଦେଖାଯାଇଥାଏ ।

ଏଲିନା ଘରୁ ଗାଡ଼ି ଧରି ତାଙ୍କ ଯିବା ବାଟରେ ଅନେକ ଥର ଗାଡ଼ି ରଖି ରାସ୍ତା କଡ଼ରେ କୁକୁର ଛୁଆମାନଙ୍କୁ ଟିକେ ଗେଲ କରିବା ସହିତ ବିସ୍କୁଟ ମଧ୍ୟ ଦେଇଥିବାର ନଜିର ରହିଛି ।

ଆକ୍ଟ୍ରେସ୍ ଏଲିନାଙ୍କ ଏହି କୁକୁର ଛୁଆଙ୍କୁ ଭଲ ପାଇବା ନେଇ ଏବେ ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚା । ଏଲିନାଙ୍କର ଏହି ଭଲଗୁଣ ବିଷୟରେ ତାଙ୍କର କୋ-ଆକ୍ଟରମାନେ ମଧ୍ୟ ଭଲଭାବେ ଜାଣିଛନ୍ତି । ବେଳେ ବେଳେ କୋ-ଆକ୍ଟରମାନେ ଏହି କଥାକୁ ନେଇ ତାଙ୍କୁ ଚିଡ଼େଇବାର ଦେଖାଯାଇଥାଏ । ‘କିଏ ହେବ ମୋ ହିରୋଇନ୍’ ନାମକ ଏକ ଟିଭି ରିଆଲିଟି ଶୋ’ରେ ବିଜୟିନୀ ହେଲା ପରେ ତାଙ୍କୁ ତରଙ୍ଗ ସିନେ ପ୍ରଡ଼କ୍ସନ ପକ୍ଷରୁ ‘ଇସ୍କ ହି ତୁ’ ଓଡ଼ିଆ ଫିଲ୍ମରେ ନାୟିକା ଭୁମିକା ମିଳିଥିଲା ।

ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ । ଗୋଟିଏ ପରେ ଗୋଟିଏ ଫିଲ୍ମରେ ଚମକ୍ରାର ଅଭିନୟ କରି ଦର୍ଶକମାନଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇପାରିଛନ୍ତି ଏହି କ୍ୟୁଟ୍ ହିରୋଇନ୍ ଏଲିନା ।

ଓଲିଉଡ଼ର ଚୁଲବୁଲି ତଥା ସୁନ୍ଦରୀ ନାୟିକା ଏଲିନା ପ୍ରାୟ ଆଗଧାଡ଼ିର ସବୁ ଓଡ଼ିଆ ହିରୋଙ୍କ ନାୟିକା ଭାବେ ଅଭିନୟ କରିସାରିଛନ୍ତି । ଦିନଥିଲା ଅପରାଜିତା ଏବଂ ଅର୍ଚ୍ଚିତା ସାହୁ ଏହି ଗୌରବର ଅଧିକାରିଣୀ ହୋଇଥିଲେ । କିନ୍ତୁ ଏଲିନା ଏଇ କିଛି ବର୍ଷ ମଧ୍ୟରେ ପ୍ରାୟ ସବୁ ଟପ୍ ହିରୋଙ୍କ ସହିତ ଅଭିନୟ କରିସାରିଲେଣି । ଲାଜକୁଳୀ ଏଲିନା ଓଲିଉଡ଼ର ଟପ୍ ହିରୋ ଅନୁଭବ, ଅରିନ୍ଦମ୍, ବାବୁସାନ ତଥା ଚକଲେଟ୍ ହିରୋ ସବ୍ୟସାଚୀଙ୍କ ସହିତ ଅଭିନୟ କରିସାରିଲେଣି ।

ଏବେ ଦର୍ଶକଙ୍କ ପ୍ରଥମ ପସନ୍ଦ ହେଲେ ଏଲିନା । ନିଖୁଣ ଅଭିନୟ ସହିତ ମଡ଼ର୍ଣ୍ଣ ଲୁକ୍ସ ଏବଂ ଷ୍ଟାଇଲିଶ୍ ଅଙ୍ଗଭଙ୍ଗୀରେ ଏଲିନା ଓଡ଼ିଆ ଦର୍ଶକଙ୍କୁ ଖୁବ୍ ଶିଘ୍ର ଆପଣେଇ ନେଇଛନ୍ତି । ବାବୁସାନଙ୍କ ସହ ଅଭିନୟ କରିଥିବା ଫିଲ୍ମ୍ ‘ଲଭ୍ ଷ୍ଟେସନ୍’ ସୁପର୍ହିଟ୍ ହୋଇଥିଲା । ହିଟ୍ ସିନେମା ‘ଅଭୟ’ ଏବଂ ‘କାବୁଲା ବାରବୁଲା’ରେ ଷ୍ଟଣ୍ଟ୍ ହିରୋ ଅନୁଭବଙ୍କ ସହିତ ଚମକ୍ରାର ଅଭିନୟ କରି ପ୍ରଡ୍ୟୁସରଙ୍କ ନଜରରେ ରହିଲା ଏଲିନା । ଓଡ଼ିଆ ଦର୍ଶକମାନେ ଏବେ  ଓଡ଼ିଆ ଫିଲ୍ମରେ ଖୋଜୁଛନ୍ତି ଲାଜକୁଳୀ ଏଲିନାଙ୍କୁ । ମିଠାହସ ଓ ଖୁସ୍ ମିଜାଜ୍ ଅଭିନୟରେ ଏଯାଏଁ ବାନ୍ଧିରଖିଛନ୍ତି ଏଲିନା ତାଙ୍କ ଅଗଣିତ ଦର୍ଶକଙ୍କୁ । ଆକ୍ଟ୍ରେସ୍ ଏଲିନାଙ୍କ ଏହି କୁକୁର ଛୁଆଙ୍କୁ ଭଲ ପାଇବା ନେଇ ଏବେ ଇଣ୍ଡଷ୍ଟ୍ରିରେ ବେଶ୍ ଚର୍ଚ୍ଚା । ଏଲିନାଙ୍କ ଏହିପରି କେତେକ ଭଲ ହବି ତଥା ଭଲ ଗୁଣ ଯୋଗୁଁ ତାଙ୍କର ଅଗଣିତ ଫ୍ୟାନମାନେ ତାଙ୍କୁ ବେଶ୍ ଲାଇକ୍ କରିଥାଆନ୍ତି ।

Leave A Reply

Your email address will not be published.