Latest Odisha News

BREAKING NEWS

ଜମୁଛି ଜୁଗାର ଯାତ୍ରା , ଲାଉମୁଣ୍ଡାରେ ହଜାର ହଜାର ଲୋକଙ୍କ ସମାଗମ

ବରଗଡ : ବରଗଡ ଜିଲ୍ଲା ଲାଉମୁଣ୍ଡାର ପ୍ରସିଦ୍ଧ ଯୁଗାର ଯାତ୍ରା । ଦୀର୍ଘ ୬୨ ବର୍ଷ ହେବ ଏହି ଯାତ୍ରା ପାଳିତ ହୋଇଆସୁଛି । ଏହି ବିରାଟ ଯାତ୍ରାକୁ ଦେଖିବାକୁ  ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ୫୦ରୁ ୬୦ ହଜାର ଲୋକ ଏହି ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି । ପାରମ୍ପରିକ ନୃତ୍ୟ, ଗୀତ ସାଙ୍ଗକୁ ରଙ୍ଗୀନ୍ ଆଲୋକମାଳା ଓ ମୀନା ବଜାରର  ମଜା ନେଉଛନ୍ତି ଅଞ୍ଚଳବାସୀ ।

ତେବେ ୪ କୁଇଣ୍ଟାଲ ଧାନ ଓ  ୧୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଦାନବ ରୂପରେ ନିର୍ମାଣ ହୋଇଥିବା ଯୁଗାର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।  ଶ୍ରଦ୍ଧାଳୁମାନେ ଛୋଟ, ବଡ଼ କରି ୨୦୦ ଟି ଯୁଗାର ଅର୍ପଣ କରିଛନ୍ତି । ଆଉ କହିଛନ୍ତି ଏହି ଯାତ୍ରାରେ ସାମିଲ ହୋଇ ଆମର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି ।

 

 

Leave A Reply

Your email address will not be published.