Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା । ଏହାକୁ ଆଜି ଭିସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ସମସ୍ତ ୧୦୯ ଟି ପଚାଂୟତରୁ ୬ ଟି ବ୍ଲକ ସଦର ମହକୁମା କୁ ସାଧାରଣ ଲୋକଙ୍କୁ ଗମନା ଗମନ, ଛାତ୍ରଛାତ୍ରୀଙ୍କୁ ସ୍କୁଲ କଲେଜ ଯିବା ଆସିବା, ଚାଷୀ ମାନଙ୍କୁ ତାଙ୍କ ଉତ୍ପାଦିତ ସଶ୍ୟକୁ ଆଣି ବିକ୍ରୀ କରିବା ଆଦି କାର୍ଯ୍ୟ ସହଜ ହୋଇପାରିବ ।

ବିଶେଷ କରି ମହିଳା ଯାତ୍ରୀମାନେ ୫ ଟଙ୍କାରେ ଯାତାୟତର ସୁବିଧା ପାଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ଟି ଅଧକ୍ଷ ଭିକେ ପଣ୍ଡିଆନ । ଜିଲ୍ଲାରେ ଆଜି ୧୨ଟି ଲକ୍ଷ୍ମୀ ବସ ସହ ଗୋଟିଏ ଏସି ଲକ୍ଷ୍ମୀ ବସ ସେବାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାଯ୍ୟକ୍ରମ ସ୍ଥାନୀୟ ରମେଶ୍ୱର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଛି ।

ଏହି ଅବସରରେ ସୋନପୁର ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ନିରଞନ ପୂଝାରୀ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ଅଧକ୍ଷା ସୂପାରା ଠେଲା ଓ ଜିଲ୍ଲାପାଳ ଅନ୍ୟା ଦାସ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପ କୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକର ବହୁ ଜନସାଧାରଣ ଯୋଗ ଦେଇଥିଲେ ।

Leave A Reply

Your email address will not be published.