Latest Odisha News

BREAKING NEWS

କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଅପରାଜିତାଙ୍କ ଉଦାହରଣ ଦେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ଗେଜେଟ୍ ବିଜ୍ଞପ୍ତି ସତ୍ତ୍ୱେ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)କୁ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କେ. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ବିଜେଡି କଟାକ୍ଷ କରିଛି।

BjdElectrycity

ମେ ୫ରେ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବି କେନ୍ଦ୍ରମନ୍ତ୍ରୀ ୯ ତାରିଖରେ ଏପରି ଏକ ଚିଠି ଲେଖିଥିଲେ। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ଶ୍ରେୟ ନେବାକୁ ସେ ବ୍ୟଗ୍ର ହେଲା ପରେ ମନେ ହେଉଛି’ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି।

ଭୁବନେଶ୍ୱର ଉପକଣ୍ଠରେ ଥିବା କପିଳେଶ୍ୱର ମନ୍ଦିରକୁ ରାଷ୍ଟ୍ରୀୟ ଐତିହ୍ୟ ମାନ୍ୟତା ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ମେ ୫ରେ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ବିଟ୍ କରି ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରି କହିଥିଲେ ଯେ କପିଳେଶ୍ୱର ମନ୍ଦିର ଏଏସ୍ଆଇର ସଂରକ୍ଷିତ ସ୍ମାରକୀ ତାଲିକାକୁ ଯିବ ଯାହା ଉତ୍ତମ ସଂରକ୍ଷଣ ଓ ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବ।

ଏହାପରେ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ବା ଏଏସଆଇକୁ ଦାୟିତ୍ୱ ନେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯାହାକି କେନ୍ଦ୍ରମନ୍ତ୍ରୀଙ୍କୁ ‘ପବ୍ଲିସିଟି-ନିଶା’ ଘାରିଛି ବୋଲି କହି ଲେନିନ୍ ମହାନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉଦାହରଣ ଦେଇ ସମାଲୋଚନା କରିଛନ୍ତି। ସେ ଜନସାଧାରଣଙ୍କ ଉପହାସର ପାତ୍ର ପାଲଟିଛନ୍ତି ଏବଂ ତାଙ୍କର ହତାଶା ସ୍ପଷ୍ଟ ବାରି ହୋଇପଡୁଛି। ସେ ପ୍ରଚାର ପ୍ରସାର କରିବା ପରିବର୍ତ୍ତେ କାମ କରିବା ଉପରେ ମନୋନିବେଶ କରନ୍ତୁ। ଏହି ପରିପ୍ରେକ୍ଷୀରେ ଦଳୀୟ ସହଯୋଗୀ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ଧର୍ମେନ୍ଦ୍ର ଅନେକ କିଛି ଶିଖିବାର ଅଛି ବୋଲି ଲେନିନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ଏହି ଶ୍ରୀକ୍ଷେତ୍ରକୁ ଓଡ଼ିଶାର ସଂରକ୍ଷିତ କୀର୍ତ୍ତିରାଜି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅପରାଜିତା ଏପ୍ରିଲ ୪ ତାରିଖରେ ରେଡ୍ଡୀଙ୍କୁ ଭେଟିବା ପରେ ଏଏସ୍ଆଇ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୁରକ୍ଷା ଦିଆଯାଇଛି।

Leave A Reply

Your email address will not be published.