Latest Odisha News

BREAKING NEWS

କାହାର ହେବ କର୍ଣ୍ଣାଟକ ? ଏକଜିଟ୍ ପୋଲରେ କଂଗ୍ରେସ ଆଗୁଆ, ଜେଡିଏସ୍ ସାଜିବ ‘କିଙ୍ଗମେକର’

ବେଙ୍ଗଳୁରୁ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଲାଗି ମତଦାନ ସରିଛି । ଭିନ୍ନ ଭିନ୍ନ ସଂସ୍ଥା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ୭ଟାରୁ ୫ଟି ଏକଜିଟ୍ ପୋଲରେ କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଛି । ଏକଜିଟ୍ ପୋଲ୍ ଅନୁସାରେ, କର୍ଣ୍ଣାଟକରେ ଯଦି ଝୁଲା ସରକାର ହୁଏ ତାହାଲେ ସରକାର ଗଠନରେ ଜେଡିଏସ୍ ବଡ଼ ଭୂମିକା ନିଭାଇବ ।

ଏବିପି ନ୍ୟୁଜ୍ ସି-ଭୋଟରର ଏକଜିଟ୍ ପୋଲ ଅନୁସାରେ କର୍ଣ୍ଣାଟକରେ ବିଜେପି ୮୩ରୁ ୯୫ ଆସନ ହାତେଇବାକୁ ଥିବାବେଳେ କଂଗ୍ରେସକୁ ୧୦୦ରୁ ୧୧୨ ଆସନ, ଜେଡିଏସକୁ ୨୧ରୁ ୨୯ ଏବଂ ୨ରୁ ୬ଟି ଆସନ ଅନ୍ୟମାନଙ୍କୁ ଯିବ ।

ନ୍ୟୁଜ୍ ନେସନ୍-ସିଜିଏସ୍ ଅନୁସାରେ, ବିଜେପି ୧୧୪, କଂଗ୍ରେସ ୮୬, ଜେଡିଏସ୍ ୨୧ ଆସନ ପାଇବ । ରିପବ୍ଲିକ ଟିଭି-ପି ମାର୍କକ୍ୟୁ ଆକଳନ ଅନୁସାରେ, କର୍ଣ୍ଣାଟକରେ ବିଜେପି ୮୫ରୁ ୧୦୦ ଆସନ ପାଇବାକୁ ଥିବା ବେଳେ କଂଗ୍ରେସର ୯୪ରୁ ୧୦୮, ଜେଡିଏସ୍ ୨୪ରୁ ୩୨ ଆସନ ହାତେଇବ ।

ଟାଇମ୍ସ ନାଓ-ଇଟିଜି ଏକଜିଟ୍ ପୋଲ୍ ଅନୁସାରେ, ବିଜେପି ୮୫ଟି ଆସନରେ ଜିତିବ । କଂଗ୍ରେସ ୧୧୩ଟି ଆସନ ଏବଂ ୨୩ଟି ଆସନ ହାତେଇବ ଜେଡିଏସ୍ । ଜୀ ନ୍ୟୁଜ୍-ମାଟ୍ରିଜ୍ ଆକଳନ ଅନୁସାରେ, କର୍ଣ୍ଣାଟକରେ ବିଜେପିକୁ ୭୯ରୁ ୯୪ ଆସନ ମିଳିବ । ସେହିଭଳି କଂଗ୍ରେସ ୧୦୩-୧୧୮ ଏବଂ ଜେଡିଏସ୍ ୨୫ରୁ ୩୩ଟି ଆସନ ପାଇବ ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସନ୍ଧ୍ୟା ୫ଟା ଯାଏ ୬୫.୬୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । କ୍ଷମତାଶୀନ ବିଜେପି, କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହୋଇଥିବା ବେଳେ ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Leave A Reply

Your email address will not be published.