Latest Odisha News

BREAKING NEWS

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଭଲ ଖବର, ଏପ୍ରିଲ ୧ରୁ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ, ଲାଗୁ ହେବ ସପ୍ତମ ବେତନ କମିଶନ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଏପ୍ରିଲ ୧ରୁ ଲାଗୁ ହେବ ସପ୍ତମ ବେତନ କମିଶନ । କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଅନେକ ଦିନ ହେଲା ସପ୍ତମ ବେତନ କମିଶନ ଲାଗୁ ହେବା ନେଇ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି କର୍ମଚାରୀଙ୍କୁ ଆଶ୍ବସ୍ତି ମିଳିବ । ଏପ୍ରିଲ ୧ ତାରିଖରୁ ନୂଆ ୱେଜ୍ କୋଡ୍ ଲାଗୁ ହେବାନେଇ ଆଶା ପ୍ରକାଶ ପାଇଛି । 

ଏହାର ସିଧା ପ୍ରଭାବ କର୍ମଚାରୀଙ୍କ ଦରମା ଉପରେ ପଡିବ । ନୂଆ ନିୟମ ଅନୁଯାୟୀ, କର୍ମଚାରୀଙ୍କ ମୂଳ ଦରମା ମୋଟ ସିଟିସିର ୫୦ ପ୍ରତିଶତ ହେବ । ଏହାସହ କର୍ମଚାରୀଙ୍କ ପିଏଫ ମଧ୍ୟ ବୃଦ୍ଧି ପାଇବ ।

୨୦୧୪ରେ ଆୟୋଗରେ ସୁପାରିଶ ଅନୁଯାୟୀ ସପ୍ତମ ବେତନ କମିଶନ ସ୍ୱୀକାର କରାଯାଇଥିଲା କିନ୍ତୁ ଏବେ ସୁଦ୍ଧା ଲାଗୁ ହୋଇନଥିଲା । ସରକାର ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରନ୍ତି । ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ଦେଶର ପ୍ରାୟ ଗୋଟିଏ କୋଟି କର୍ମଚାରୀଙ୍କୁ ମିଳିବ । ଏଥିରୁ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୮ ଲକ୍ଷ ପେନସନଧାରୀ ସାମିଲ ଅଛନ୍ତି ।

ଆୟୋଗର ସୁପାରିଶ ଅନୁଯାୟୀ, ପ୍ରାରମ୍ଭିକ କର୍ମଚାରୀଙ୍କ ଦରମା ୭ ହଜାରରୁ ୧୮ ହଜାରକୁ ବୃଦ୍ଧି ପାଇବ । କ୍ଲାସ-ୱାନ୍ କର୍ମଚାରୀଙ୍କ ଦରମା ୫୬ ହଜାର ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସପ୍ତମ ବେତନ ଆୟୋଗ ଅନୁଯାୟୀ ଦରମା, ଭତ୍ତା, ପେନ୍ସନରେ ପାଖାପାଖି ୨୩.୫୫ ପ୍ରତିଶତ ବୃଦ୍ଧି ପାଇଁ ସୁପାରିଶ କରାଯାଇଛି ।

ଅର୍ଥ ମନ୍ତ୍ରାଳୟ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର କର୍ମଚାରୀ ଓ ପେନ୍ସନଧାରୀଙ୍କ ଅଟକି ରହିଥିବା DA ଏବଂ DR ର ତିନୋଟି କିସ୍ତି ଶୀଘ୍ର ଦିଆଯିବ ।

Leave A Reply

Your email address will not be published.