Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ଅଶୋକ ଗେହଲେଟ ଏବଂ ବସୁନ୍ଧରା ରାଜେ ଉଭୟଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଗେହଲେଟ ଟୁଇଟ କରି ଜଣାଇଛନ୍ତି ସାମାନ୍ୟ ଲକ୍ଷଣ ସହ ମୁଁ କୋଭିଡରେ ସଂକ୍ରମିତ ହୋଇଛି । ଏବେ ମୁଁ କିଛି ଦିନ ପାଇଁ ଘରେ ରହି କାର୍ଯ୍ୟ କରିବି ବୋଲି ସେ ଲେଖିଛନ୍ତି । ସେହିପରି ବସୁନ୍ଧରା ରାଜେ ମଧ୍ୟ ନିଜକୁ ଆଇସୋଲେଶନ କରିଥିବା କଥା ଟୁଇଟ କରି ଜଣାଇଛନ୍ତି । ସେ ତାଙ୍କର ଅମ୍ରିତସର ଗସ୍ତ ବାତିଲ କରିଛନ୍ତି । ରବିବାର ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜେଙ୍କ ସହ ବଡନେତାମାନେ ଉପସ୍ଥିତ ଥିଲେ ।

ରାଜେଙ୍କ ପରେ ଅନ୍ୟ କେତେଜଣ ଏଥିରେ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ହଠାତ କରୋନା ସଂକ୍ରମଣଙ୍କ ମାମଲା ବଢ଼ିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ନିଜର ଯତ୍ନ ନେବା ସହ କୋଭିଡ ପ୍ରୋଟୋକଲ ପାଳନ କରିବା ପାଇଁ ଗେହେଲେଟ ଏବଂ ରାଜେ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.