Latest Odisha News

BREAKING NEWS

ଆପ ନେତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର କେତେକ ନେତାଙ୍କ ବିରୋଧରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନହାନୀ କେସ କରିବା ନେଇ ବିଚାର କରୁଛନ୍ତି । ଆପର କେତେକ ନେତା ସକ୍ସେନାଙ୍କ ବିରୋଧରେ ସିଧା ସଳଖ ଦୁର୍ନୀତି ଅଭିଯୋଗ ଆଣିଥିଲେ । ୨୦୧୬ ବିମୁଦ୍ରୀକରଣ ସମୟରେ ଖଦି ବୋର୍ଡର ଅଧ୍ୟକ୍ଷ ଥିବା ସକ୍ସେନା ୧୪ଶହ କୋଟି ଟଙ୍କାର ପୁରୁଣା ନୋଟ ବଦଳାଇଥିବା ଆପ ଅଭିଯୋଗ ଆଣିଛି । ଏହି ଅଭିଯୋଗକୁ ଉପ ରାଜ୍ୟପାଳ ସକ୍ସେନା ଖଣ୍ଡନ କରିଛନ୍ତି । ସେ ଏ ନେଇ ଏକ ବିବୃତି ଜାରୀ କରି କହିଛନ୍ତି ଆପ ନେତାମାନଙ୍କ ଚରିତ୍ର ଏହି ଭଳି ।

ବିଭିନ୍ନ ପ୍ରକାର ଅଭିଯୋଗ ଆଣିବା ପରେ ତାହା ମିଥ୍ୟା ପ୍ରମାଣିତ ହେଲେ କ୍ଷମା ମାଗିବେ । ତେବେ ଏଥର ତାଙ୍କ ଅଭିଯୋଗକୁ ଗୁରୁତ୍ୱ ସହକାରେ ନିଆଯାଇଛି । ସୌରଭ ଭରଦ୍ୱାଜ, ଆତୀଶୀ, ଦୁର୍ଗେଶ ପାଠକ ଓ ଯଶ୍ମିନଙ୍କ ଶାହଙ୍କ ବିରୋଧରେ ସେ ମାନହାନୀ କେସ କରିପାରନ୍ତି ।

Leave A Reply

Your email address will not be published.