Latest Odisha News

BREAKING NEWS

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ ବୋମା ଫିଙ୍ଗାଯିବ ବୋଲି ମିଳିଥିବା ଚିଠିରେ ଧମକ ଦିଆଯାଇଛି ।

ୱାୟନାଡ଼ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏଭଳି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ଶୁକ୍ରବାର ସକାଳେ ଇନ୍ଦୋରର ଏକ ମିଠା ଦୋକାନରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଛି । ଚିଠି ମିଳିବା ପରେ ଇନ୍ଦୋର ପୋଲିସ ସିସିଟିଭି ଯାଞ୍ଚ କରୁଛି । ଏନେଇ ଅଜ୍ଞାତ ଅଭିଯୁକ୍ତ ବିରୋଧରେ ଇନ୍ଦୋର ପୋଲିସ ଧାରା ୫୦୭ରେ ମାମଲା ରୁଜୁ କରିଛି ।

କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା କାଶ୍ମୀରରେ ସରିବ । ଆଜି ଭାରତ ଯୋଡ଼ ଯାତ୍ରାର ୭୨ତମ ଦିନ ହୋଇଥିବା ବେଳେ ନଭେମ୍ବର ୨୦ରେ ରାହୁଲ ମହାରାଷ୍ଟ୍ର ଦେଇ ମଧ୍ୟପ୍ରଦେଶର ବୁରହାନପୁରରେ ପହଞ୍ଚିବେ । ମଧ୍ୟପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଏଭଳି ଧମକ ମିଳିଛି ।

ମଧ୍ୟପ୍ରଦେଶରେ ୧୩ ଦିନରେ ୬ ଜିଲ୍ଲାରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ ପଦଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ୧୫୦ ଦିନ ଧରି ଚାଲିବାକୁ ଥିବା ଭାରତ ଯୋଡ଼ ଯାତ୍ରା ୧୨ଟି ରାଜ୍ୟ ଦେଇ ୩ ହଜାର ୫୭୦ କିଲୋମିଟର ଅତିକ୍ରମ କରିବ । ସେପ୍ଟେମ୍ବର ୭ରୁ ତାମିଲନାଡ଼ୁର କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରାର ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.