Latest Odisha News

ଘାଟିରେ ଅଟୋ ଓଲଟି ୩ ମୃତ, ୭ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ କେରଡାଙ୍ଗ ଘାଟିରେ ଅଘଟଣ । ଅଟୋ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୁରେଇସିଂର କାଲା ବୁଢ଼ା ଓ ବଡପଦା ଗ୍ରାମର ଡଲି କରଙ୍କ ସହ ୯ ବର୍ଷର ଛୁଆର ମୃତ୍ୟୁ ହୋଇଛି ।

କେରେଡାଙ୍ଗ ଘାଟିରୁ ୨୦ ଫୁଟ ରାସ୍ତା ତଳକୁ ଅଟୋଟି ଓଲଟି ପଡ଼ିଥିଲା । ସମସ୍ତ ଗୁରୁତର ଓ ଆହତ ମାନଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦମକଳ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା ଲାଗି ଖଜୁରୀପଦl ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେଥିମଧ୍ୟରୁ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ଆଉ ତିନି ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଛି ।

ମଧ୍ୟାହ୍ନ ସମୟରେ ଏକ ଯାତ୍ରୀବାହୀ ଅଟୋ କେରେଡାଙ୍ଗ ଗ୍ରାମରୁ ନୂଆଗଡ଼ ଅଭିମୁଖେ ଯାଉଥିଲା । ଅଟୋଟି ଭାରସାମ୍ୟ ହରାଇ କେରେଡାଙ୍ଗ ଘାଟି ରାସ୍ତା କଡ଼ରେ ଥିବା ଏକ ଖାଲକୁ ଖସି ପଡ଼ିଥିଲା ।

Leave A Reply

Your email address will not be published.