ଭୁବନେଶ୍ବର:ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଏହି ବଜ୍ରାଘାତ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ କେନ୍ଦୁଝର, ମୟୂରଭଞ୍ଜ, କଟକ ଓ ବାଲେଶ୍ୱରରୁ ମୃତାହତଙ୍କ ସୂଚନା ମିଳିଛି।
ସୂଚନାଥାଉକି, କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ହାଟଡ଼ିହି ବ୍ଲକ୍ରେ ୨ଜଣ, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳର ୨ଜଣ ଓ କଟକ ନରସିଂହପୁର ଅଞ୍ଚଳରେ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।
ସେହିପରି ବାଲେଶ୍ବର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଗତକାଲି ରାତିରେ ଘର ଉପରେ ବ୍ରଜାପାତ ହେବାରୁ ପରିବାର ୮ଜଣ ସଦସ୍ୟ ଆହତ ହୋଇଛନ୍ତି । ୩ଟି ଛେଳି ପ୍ରାଣ ହରେଇଛନ୍ତି ।
କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ପଞ୍ଚାୟତର ଅର୍ଜୁନବିଲା ଗାଁର କଂସଲା ସେଠୀ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରେଇଛନ୍ତି । ସୁନାଫୁଲ ସେଠୀ ଓ ରଶ୍ମିତା ସେଠୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ନନ୍ଦିପଦା ଥାନା ଅଧିନ ଡିମିରିଆ ଗ୍ରାମର ମିଥୁନ ରାଉଳ ବିଲକୁ ଟ୍ରାକ୍ଟର ନେଇ ଯାଉଥିବା ବେଳେ ବ୍ରଜାଘାତରେ ମୃତ୍ୟୁ ଘଟିଛି।
କଟକର ନରସିଂହପୁର ବ୍ଲକ୍ ଦେବଭୂଇଁ ପଞ୍ଚାୟତର ନୂଆଗଡ଼ ଗ୍ରାମର ଦେବର୍ଚ୍ଚନ ସାହୁ(୫୫) ଗାଁ ନିକଟ ପଡ଼ିଆରେ ଛେଳି ଚରାଉଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ବଜ୍ରପାତରେ ୨ଜଣ ଚାଷୀଙ୍କର ପ୍ରାଣ ଯାଇଛି । ମୃତକ ହେଲେ ମୋରଡ଼ା ଥାନା ଘୋଳମୁହାଁ ଗ୍ରାମର ଜବା ବାସ୍କେ(୬୨) ଓ ପାରିଆକୁଲି ଗ୍ରାମର ବିମ୍ବାଧର ବେହେରାଙ୍କ ପୁଅ ରବୀନ୍ଦ୍ର ବେହେରା ଓରଫ ବାପୁନ(୩୬) । ସେମାନେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି।