ନୂଆଦିଲ୍ଲୀ: ମେରୀଲେବୋନ କ୍ରିକେଟ କ୍ଲବ କେତେକ ନୂତନ ନିୟମ ଲାଗୁ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସବୁ ନିୟମ ଘରୋଇ କ୍ରିକେଟରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛି । ଆସନ୍ତୁ ନଜର ପକାଇବା କେଉଁ କେଉଁ ସବୁ ନୂତନ ନିୟମ ଲାଗୁ ହେବ ।
୧.ନୂଆ ନିୟମ ଅନୁସାରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଗୋଟିଏ ଦିନର ସମସ୍ତ ଓଭର ସମ୍ପୂର୍ଣ୍ଣ କରିବାକୁ ପଡିବ । ଶେଷ ଓଭରରେ ୱିକେଟ ପଡିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ କରିବାକୁ ପଡିବ । ୨. ଦିନିକିଆ ମ୍ୟାଚା ଡ୍ରିଙ୍କସ ବ୍ରେକରେ ମୂଖ୍ୟ କୋଚ ପଡିଆରେ ପ୍ରବେଶ କରିପାରିବେ । ୩. କୌଣସି ଖେଳାଳି ଜାଣିଶୁଣି କମ ରନ ନେଲେ ଫିଲ୍ଡିଂ ଅଧିନାୟକ କେଉଁ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରିବ ନିଷ୍ପତି ନେଇପାରିବେ ।
୪. ବଲ ଡେଡ ହେବା ନିୟମରେ ମଧ୍ୟ ସାମାନ୍ୟ ପରିବର୍ତନ ହୋଇଛି । ଡେଡ ବଲ ପାଇଁ ବୋଲର କିମ୍ବା ୱିକେଟକିପର ପାଖରେ ବଲ ରହିବା ଜରୁରୀ ନୁହେଁ । ଫିଲ୍ଡର ହାତରେ କିମ୍ବା ତଳେ ପଡି ରହିଥିଲେ ମଧ୍ୟ ଏହା ଡେଡ ଘୋଷିତ ହେବ । ୫. ଦିନିକିଆ ଓ ଟି୨୦ ପାଇଁ ଲେଗ ସାଇଡ ନିମନ୍ତେ ନୂତନ ଗାଇଡଲାଇନ ଜାରୀ ହେବ । ୬. ବୋଲିଂ ହେବା ସମୟରେ ଫିଲ୍ଡର ବାଉଣ୍ଡ୍ରି ମଧ୍ୟରେ ରହିବା ଜରୁରୀ । ୭. ରନ ଅପ ସମୟରେ ଗ୍ଲୋଭସ ଆଗରେ ରଖିଲେ ୱିକେଟକିପର ଉପରେ ଜରିମାନା ଲଗା ଯିବନି ।