Latest Odisha News

BREAKING NEWS

ଶିବରାତ୍ରି ପାଇଁ ଆଜିଠୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଦିନେ ପରେ ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ କୋଭିଡ୍ କଟକଣା ଭିତରେ ପାଳନ ହେବ । ତାପୂର୍ବରୁ ଲିଙ୍ଗରାଜ ମନ୍ଦିର ସେବାୟତ ଓ ପୋଲିସ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଟ । ଆଜି କୋଭିଡ୍ ଟେଷ୍ଚ କରାଯିବ । ଗତକାଲି ଶିବରାତ୍ରି ନେଇ ବସିଥିବା ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ପ୍ରଭୁ ଲିଙ୍ଗରାଜଙ୍କ ସେବାରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ୍ ଟେଷ୍ଟ ହେବ । ସେହିପରି ସୁରକ୍ଷା ଦାୟିତ୍ୱରେ ମୁତୟନ ହେବାକୁ ଥିବା ପୋଲିସ କର୍ମଚାରୀଙ୍କର ବି ହେବ କୋଭିଡ୍ ଟେଷ୍ଟ ।

ଚଳିତବର୍ଷ କରୋନା କଟକଣାରେ ଏକାମ୍ରକ୍ଷେତ୍ରରେ ପାଳନ ହେବ ମହାଶିବରାତ୍ରି । ୬୦ ବର୍ଷରୁ ଅଧିକ ବୟସ୍କ ଓ ୧୨ବର୍ଷରୁ କମ ପିଲାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ଆଡ଼କାଠ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ । ଚଳିତବର୍ଷ ସାହାଣମେଲା ଦର୍ଶନ କରିପାରିବେ ନାହିଁ ଭକ୍ତ ।

୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ କରି ଭକ୍ତମାନଙ୍କୁ ମନ୍ଦିର ପରିସରକୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ । କୋଭିଡ୍ ଲକ୍ଷଣ ଥିଲେ ଆଣ୍ଟିଜେନ୍ ପରୀକ୍ଷା କରାଯିବ । ସମସ୍ତେ ପିନ୍ଧିବେ ମାସ୍କ ଓ ସାମାଜିକ ଦୂରତା ପାଳନ କରିବେ ।

Leave A Reply

Your email address will not be published.