Latest Odisha News

BREAKING NEWS

୫୦ କୋଟି ଲିଙ୍କଡିନ ୟୁଜର୍ସଙ୍କ ଡାଟା ଲିକ୍ ଅଭିଯୋଗ

ନୂଆଦିଲ୍ଲୀ: ଏକ ପେଶାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ଲିଙ୍କଡିନର ୫୦ କୋଟି ଉପଭୋକ୍ତାଙ୍କର ବ୍ୟକ୍ତିଗତ ବିବରଣୀ (ତଥ୍ୟ) ଲିକ୍ ହୋଇଥିବା ଅଭିଯୋଗ ହୋଇଛି।

ଏହାକୁ ବିକ୍ରି ପାଇଁ ରଖାଯାଇଥିବା ଚର୍ଚ୍ଚା ହେଉଥିଲା ବେଳେ କମ୍ପାନୀ ଦାବିକୁ ଖଣ୍ଡନ କରିଛି। ଏଥିସହିତ କମ୍ପାନୀ କହିଛି ଯେ କାହାର ବ୍ୟକ୍ତିଗତ ତଥ୍ୟ ପ୍ରଭାବିତ ହୋଇନାହିଁ।

ସାଇବର ନ୍ୟୁଜ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଏକ ଜଣାଶୁଣା ହ୍ୟାକର ପ୍ଲାଟଫର୍ମ ବିକ୍ରୟ ପାଇଁ ଲିଙ୍କଡିନର ୫୦ କୋଟି ଉପଭୋକ୍ତାର ତଥ୍ୟକୁ ଚୋରି କରିଛି।

ଏଥିରେ ସମ୍ପୂର୍ଣ୍ଣ ନାମ, ଇ-ମେଲ୍ ଠିକଣା, ଫୋନ୍ ନମ୍ବର ଏବଂ ବ୍ୟବହାରକାରୀଙ୍କ କାର୍ଯ୍ୟ କ୍ଷେତ୍ର ସୂଚନା ଅନ୍ତର୍ଭୁକ୍ତ। ତେବେ ଏହି ଲିକ୍ ଦ୍ୱାରା ଭାରତରେ କେତେ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ସେନେଇ ରିପୋର୍ଟରେ ପ୍ରକାଶ କରାଯାଇ ନାହିଁ।

ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଏହି କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ମାମଲାର ତଦନ୍ତ ଜାରି ରହିଛି।

 

Leave A Reply

Your email address will not be published.