Latest Odisha News

BREAKING NEWS

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ହେଲେଣି ପ୍ରବାସୀ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ରାଜ୍ୟରେ ଲକ୍‌ଡାଉନ୍‌ର ସମ୍ଭାବନା ଥିବାରୁ ପ୍ରବାସୀମାନେ ପୁଣି ଥରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି।

BjdElectrycity

ସୂଚନା ମୁତାବକ ଗତ ୪ରୁ୫ ଦିନ ଧରି ଅନେକ ପ୍ରବାସୀ ମହାରାଷ୍ଟ୍ର ଛାଡି ନିଜ ଭିଟାମାଟିକୁ ଫେରୁଥିବା ଦେଖିବାକୁ ମିଳିଛି।

“କିଛି ଲୋକ ସେମାନଙ୍କର ବ୍ୟକ୍ତିଗତ ଗାଡିରେ ଏବଂ ଅନ୍ୟମାନେ ଅଟୋ-ରିକ୍ସା, ଟ୍ରାକ୍ଟର ଏବଂ ଭଡା ଗାଡିରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଲୋକମାନେ କହିବା ଅନୁଯାୟୀ ଯେ କୋଭିଡ-୧୯ ପରିସ୍ଥିତି ଖରାପ ହେବା ପୂର୍ବରୁ ସେମାନେ ଚାଲିଯାଉଛନ୍ତି ନହେଲେ ସେମାନେ ଆଗକୁ ଅଡୁଆରେ ପଡିପାରନ୍ତି।

ମହାରାଷ୍ଟ୍ରର ପାଲଘରରେ କାମ କରୁଥିବା ଏବଂ ଆଜମଗଡରେ ଥିବା ତାଙ୍କ ଘରକୁ ଫେରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଏଠାରେ ପରିସ୍ଥିତି ବହୁତ ଖରାପ।

ସେ ଆହୁରି କହିଛନ୍ତି ଯେ, “ସେଠାରେ ଲକ୍‌ଡାଉନ୍‌ ହେବାର ସମ୍ଭାବନା ରହିଛି ଏବଂ ସେଥିପାଇଁ ଆମେ ନିଜ ଘରକୁ ଫେରୁଛୁ। ସବୁ କିଛି ବନ୍ଦ ହୋଇଯାଉଥିବାରୁ ବ୍ୟବସାୟୀମାନେ ମଧ୍ୟ କ୍ଷତି ସହୁଛନ୍ତି। ପରିସ୍ଥିତି ଭଲ ହେବା ପରେ ଆମେ ପୁଣି ଫେରି ଆସିବୁ”

Leave A Reply

Your email address will not be published.