Latest Odisha News

BREAKING NEWS

ରଥଯାତ୍ରାର ଦିନକ ପୂର୍ବରୁ ପୁରୀରେ ବନ୍ଦ ରହିବ ମଦ ଦୋକାନ

ପୁରୀ: ବିଶ୍ୱପ୍ରସିଦ୍ଧ ରଥ ଯାତ୍ରାର ଦିନକ ପୂର୍ବରୁ ବନ୍ଦ ରହିବ ମଦ ଦୋକାନ । ପୁରୀ ସହର ସହ ଆଖପାଖ ଅଞ୍ଚଳରେ ରଥ ଯାତ୍ରାର ଦିନକ ପୂର୍ବରୁ ସବୁ ମଦ ଦୋକାନ ବନ୍ଦ ରହିବ । ଏନେଇ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ସହର ଓ ଆଖପାଖରେ ଥିବା ସମସ୍ତ ମଦ ଦୋକାନ ରବିବାର ରାତିରୁ ବନ୍ଦ ରହିବ । ପାଖାପାଖି ୩୪ଟି ମଦ ଦୋକାନ ସହ ୧୯ଟି ଠିପି ବନ୍ଦ ସପ୍ ଏବଂ ୧୬ଟି ଅନ୍ ସପ୍ ସେଲିଂ ଭାରତରେ ନିର୍ମିତ ବିଦେଶୀ ମଦ ଦୋକାନ ବନ୍ଦ ରଖାଯିବ ।

ବଡ଼ଦାଣ୍ଡରେ ତିନି ରଥ ଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମଦ ଦୋକାନ ଖୋଲିବ । ସେହିଭଳି ମଦ ଦୋକାନ ଗୁଡ଼ିକ ଜୁନ୍ ୨୬ରୁ ବାହୁଡ଼ା ଯାତ୍ରା ପାଇଁ ବନ୍ଦ ରହିବ । ଶ୍ରୀଜୀଉଙ୍କ ସୁନାବେଶ ସରିବା ପରେ ଖୋଲିବ ମଦ ଦୋକାନ ।

ମଦ ବିକ୍ରି ଉପରେ ନଜର ରଖିବା ଲାଗି ଅବକାରୀ ବିଭାଗ ଏକ କଣ୍ଟ୍ରୋଲ୍ ରୁମ୍ କରିଛି । ଯାହାକି ଜୁନ୍ ୩୦ ଯାଏ ୨୪ ଘଣ୍ଟା ୭ ଦିନ କାର୍ଯ୍ୟ କରିବ । ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ପର୍ଯ୍ୟବେକ୍ଷଣରେ ୨ଟି ଟିମ୍ ଗଠନ କରାଯାଇଛି ।

Leave A Reply

Your email address will not be published.