Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ଆଡିଲେଡ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବୁଧବାର ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଗୁରୁବାର ଆଡିଲେଡରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ପୂର୍ବରୁ ଅମ୍ପାୟରଙ୍କ କେତେକ ନିଷ୍ପତିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଆଇସିସି ଏଥିରେ ମୁଣ୍ଡ ପୂରାଇଛି । ଭାରତ-ଇଂଲଣ୍ଡ ମ୍ୟାଚରେ କୁମାର ଧର୍ମସେନା ଓ ପଲ ରାଇଫଲ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଡେଭିଡ ବୁନ ମ୍ୟାଚ ରେଫରୀ, କ୍ରିସ ଗାଫାନୀ ତୃତୀୟ ଅମ୍ପାୟର ଓ ରଡ ଟକର ଚତୁର୍ଥ ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିବେ ।

ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚରେ ମାରାଇସ ଏରାମସସ ଓ ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ସେହିପରି କ୍ରିସ ବ୍ରଡ ମ୍ୟାଚ ରେଫରୀ, ରିଚାର୍ଡ କେଟେଲବର୍ଗ ତୃତୀୟ ଅମ୍ପାୟର ଓ ମାଇକେଲ ଗଫ ଚତୁର୍ଥ ଅମ୍ପାୟର ରହିବେ । ସେମିଫାଇନାଲ ଫଳାଫଳ ପରେ ଫାଇନାଲ ମ୍ୟାଚ ପାଇଁ ଅମ୍ପାୟର ଚୟନ କରାଯିବ ।

Leave A Reply

Your email address will not be published.