Latest Odisha News

BREAKING NEWS

ମକର ସଂକ୍ରାନ୍ତି

ସଫଳା ଦାସ

ଭାରତ ବର୍ଷରେ ଉତ୍କଳ ଏକ ପୂଣ୍ୟ ଭୂମି। ଏହାର ପାଣି ପବନ ଜଳବାୟୁ ପାହାଡ଼ ନଦୀ ସବୁ ପୂଣ୍ୟମୟ। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ପ୍ରାଣ ହେତୁ ବାର ମାସରେ ତେର ପର୍ବ ପାଳନକରେ। କର୍ମ କ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧ ହିଁ ପର୍ବ ପର୍ବାଣୀର ମୂଖ୍ୟ ଉଦ୍ଦେଶ୍ୟ । ଏହାଦ୍ୱାରା ତାହାର ଭକ୍ତିଭାବ ଜାଗ୍ରତ ହୋଇଥାଏ। କଳୁଷିତ ମନ ସୁଦ୍ଧ ପୂତ ହୁଏ। କର୍ମାସକ୍ତ ମନୁଷ୍ୟ ପାଏ ଦିବ୍ୟ ଆନନ୍ଦ । ଅଳିକ ସାଂସାରିକ ବନ୍ଧନରୁ ମୁକ୍ତ ହୁଏ। ନୂତନ କର୍ମ ପ୍ରେରଣାରେ ସିକ୍ତ ହୁଏ। ବିଶ୍ୱ ଭାତୃପ୍ରେମରେ ସେ ହୁଏ ମହିମା ଦୀପ୍ତ। ତେଣୁ ତାର ଜୀବନ ହୁଏ ସରସ ସୁମଧୁର।

ପବିତ୍ର ମକର ସଂକ୍ରାନ୍ତି ଓଡ଼ିଶାର ବିଶିଷ୍ଟ ପର୍ବ । ଘରେ ଘରେ ମହା ସମାହୋରରେ ପାଳିତ ହୁଏ ।ଏହି ଦିନ ନୂଆ ଚାଉଳରେ ପ୍ରସ୍ତୁତ ମକର ଚାଉଳ ଭୋଗ ଛେନାଗୁଡ଼ ,ନଡିଆ ,କଦଳୀ ରେ ପ୍ରସ୍ତୁତ କରି ଇଷ୍ଟ ପାଖରେ ଭୋଗ ଲଗାଇବା ସହ ନିଜେ ଭକ୍ଷଣ କରନ୍ତି। ମକର ଯାଉ ମଧ୍ୟ ହୁଏ। ଉକ୍ତ ଦିନରେ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ମକରରେ ବନ୍ଧୁମିଳନ ଭାବର ଆଦାନ ପ୍ରଦାନ । ଛୋଟ ପିଲାଠୁ ଆରମ୍ଭ ହୁଏ ରଙ୍ଗ ବେରଙ୍ଗର ଗୁଡି ଉଡା ଶିଖାଇଦିଏ ଏଜୀବନ ରଙ୍ଗ ମଞ୍ଚରେ କେବଳ ଉଡିଲା ବେଳେ ଆନନ୍ଦ ହିଁ ଆନନ୍ଦ ବାଣ୍ଟିବା।

ସମଗ୍ର ଭାରତ ବର୍ଷରେ ପଶ୍ଚିମବଙ୍ଗର ଗଙ୍ଗାସାଗରଠାରେ ପାଞ୍ଚ ଦିନଧରି ମହାମେଳା ଗଙ୍ଗା ସାଗର ନାମରେ ଅନୁଷ୍ଠିତ ହୁଏ। ଗଙ୍ଗା ସ୍ନାନ ,ଜପ,ତପ, ଶ୍ରାଦ୍ଧର ମହତ୍ତ୍ଵ ଥାଏ। ଆହୁରି ମଧ୍ୟ ଦେବତାମାନଙ୍କର ପ୍ର ଭାତ ସମୟ କୁହାଯାଏ। ଏହି ଦିନ ଘୃତ କମ୍ବଳ ଆଦି ଦାନ କଲେ ସକଳ ସମ୍ପଦ ପ୍ରାପ୍ତି ହୁଏ।

ପୌରାଣିକ ମତ ଅନୁସାରେ ଅଛି ଏହି ଦିନ ଦେବ ନଦୀ ଗଙ୍ଗା ସ୍ୱର୍ଗରୁ ଅବତରଣ କରି ଭାଗିରଥି ପଛରେ ଧାଇଁ ଗଙ୍ଗା ସାଗରରେ ଲୀନ ହୋଇଥିଲେ । ଗଙ୍ଗା କପିଳ ମୁନି ଆଶ୍ରମ ସ୍ପର୍ଶ କରିଥିଲେ ବୋଲି ୬୦ହଜାର ସଗରପୁତ୍ରଙ୍କୁ ଶାପରୁ ଉଦ୍ଧାର କରି ଥିଲେ।

ତ୍ରୀପଥଗା ଗଙ୍ଗା ସ୍ୱର୍ଗରୁ ବିଷ୍ଣୁଙ୍କ ପଦରୁ ବାହାରି ହିମାଳୟର ନରନାରାୟଣ ପର୍ବତରୁ ନିର୍ଗତ ହୋଇ ଶିବଙ୍କ ଜଟାରେବଦ୍ରିନାଥଠାରେ ଶିବଙ୍କ ମସ୍ତକରେ ପଡି ଶୋଭାପାଉଛନ୍ତି। ବୋଲି ଶିବଙ୍କୁ ଗଙ୍ଗାଧର କୁହାଯାଏ। ଆହୁରି ମଧ୍ୟ ଗଙ୍ଗା ପ୍ରଭାହିତ ହୋଇ ଦେବ ପ୍ରୟାଗ ନିକଟରେ ତ୍ରୀବେଣୀ ସଙ୍ଗମ ତୀର୍ଥ ରାଜ ସୃଷ୍ଟି କରିଛନ୍ତି। ପ୍ରୟାଗ କ୍ଷେତ୍ର ତିନି ଲୋକରେ ବିଖ୍ୟାତ ଗଂଗା, ଯମୁନା, ସରସ୍ୱତୀ। ଏହି ତ୍ରୀବେଣୀ ସଙ୍ଗମରେ ସ୍ନାନ କଲେ ଅଶ୍ୱମେଧ ଯଜ୍ଞର ଫଳ ଲାଭ ହୁଏ।

ଆହୁରି ମଧ୍ୟ ଦେବଷିନାରଦ ଗଙ୍ଗା ସାଗରଠାରେ ବିଶାଳ ହାରିତ ମୁନିଙ୍କ ପରାମର୍ଶ ରେ ଅନୁଷ୍ଠିତ କରିଥିଲେ।ହାରିତଙ୍କ ଅନୁମତି କ୍ରମେ ସୂର୍ଯ୍ୟ ଦେବ ସର୍ବ ଶାସ୍ତ୍ର ବିଶାରଦ କମଠ ନାମକ ପୁତ୍ର ହରିତକୁ ଦେଇଥିଲେ। ଧର୍ମ ସଭାରେ ଗୁପ୍ତ ବେଶରେ ସୂର୍ଯ୍ୟ ଦେବ ବିଭିନ୍ନ ପ୍ରଶ୍ନ କମଠକୁ ପଚାରିଲେ ଏବଂ ତାଙ୍କ ଉତ୍ତର ରେ ସନ୍ତୁଷ୍ଟ ହୋଇ ନିଜ ରୂପ ପ୍ରକାଶ କରିବାକୁ ସେହି ଗଙ୍ଗା ସାଗର କ୍ଷେତକୁ ଦିବ୍ୟ କ୍ଷେତ୍ର ଓ ସୂର୍ଯ୍ୟ କ୍ଷେତ୍ରର ମାନ୍ୟତା ନିଜେ ଘୋଷଣା କରିଥିଲେ ଫଳରେ ମକର ସଂକ୍ରାନ୍ତି ପରି ପବିତ୍ର ଦିନରେ ସ୍ନାନ ତର୍ପଣ କରାଯାଏ।।

ଆସିଲା ମକର ବାନ୍ଧିବା ଡୋରି
ମିଳି ମିଶି ଚଳ କଳି ନକରି ।।
ଏକାଠି କରିବା ବନ୍ଧୁ ମିଳନ
ଦେଖିବା ଜୀବନେ ନୂଆ ସପନ।।

Leave A Reply

Your email address will not be published.